ବିଜେପି ବିରୋଧରେ ଆପ ଆଣିଲା ସଂଗୀନ ଅଭିଯୋଗ, ବିଜେପିରେ ଯୋଗଦେଲେ ମିଳିବ ୨୦-୨୫ କୋଟି ଟଙ୍କା
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଜେପି ବିରୋଧରେ ଏକ ବଡ ଅଭିଯୋଗ ଆଣିଛି । ପଞ୍ଜାବରେ ତିନି ଜଣ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିରେ ଯୋଗଦେବା ବଦଳରେ ସେମାନଙ୍କୁ ୨୦-୨୫ କୋଟି ଟଙ୍କା ମିଳିବ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ଏବଂ ନମ୍ବର ପ୍ରକାଶ କରିିଛନ୍ତି ଆପ୍ ବିଧାୟକ ।
ଆପଣଙ୍କୁ କହିରଖୁଛୁ ଯେ କିଛି ସମୟ ପୂର୍ବରୁ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲା । ଏହି ପ୍ରସଙ୍ଗରେ ବିଜେପି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲା । ଏହା ପରେ ଦିଲ୍ଲୀ ପୋଲିସ ଆମ୍ ଆଦମୀ ପାର୍ଟିକୁ ନୋଟିସ ଜାରି କରିଥିଲା । ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀରେ ଆପ୍ ବିଧାୟକ ଜଗଦୀପ କାମ୍ବୋଜ କହିଛନ୍ତି, ଯେଉଁଠାରେ ଆପ୍ ସରକାର ଅଛି, ବିଧାୟକ କିଣିବା ପାଇଁ ଉଦ୍ୟମ କରାଯାଉଛି ।

ଆପ୍ କର୍ମୀ, ବିଧାୟକ ଏବଂ ଏମ୍ପିଙ୍କୁ କିଣିବା ପାଇଁ ବିଜେପି ପକ୍ଷରୁ ପ୍ରୟାସ କରାଯାଉଛି । ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏକ କଲ ଆସିଥିଲା । ସେଠାରୁ ଜଣେ ବ୍ୟକ୍ତି କହିଥିଲେ ଯେ ମୁଁ ସେବକ ସିଂ । ମୁଁ କହିଲି ଯେ ମୁଁ ବିଧାୟକ କହୁଛି । ସେ କହିଥିଲେ, ଭାଜପାରେ ଯୋଗଦେବା ପାଇଁ ଏକ ପ୍ରସ୍ତାବ ଅଛି । ଏହା ଏକ ଭଲ ଅର୍ଫ । ଯଦି ଆପଣଙ୍କର କୌଣସି ଡିମାଣ୍ଡ ଅଛି ତେବେ ଆମକୁ ଜଣାନ୍ତୁ ।
ଆମେ ଆପଣଙ୍କୁ ୨୦-୨୫ କୋଟି ଟଙ୍କା ଦେବୁ । ମୁଁ କହିଲି ଯେ ମୋର ଭାଜପାରେ ଯୋଗଦେବାର କୌଣସି ଆବଶ୍ୟକତା ନାହିଁ । ଆଉ ମୁଁ କହିଛି ଯେ, ବିଜେପି ଅରବିନ୍ଦ କେଜ୍ରିୱାଲଙ୍କୁ ଜାଣିଶୁଣି ଜେଲରେ ପୁରାଇଛି । ଆଉ ତାଙ୍କ ଦଳକୁ ଭାଙ୍ଗିବା ପାଇଁ ଉଦ୍ୟମ ଚାଲିଛି ।
ମଙ୍ଗଳବାର ଦିନ ଜଲନ୍ଧର ଏମପି ସୁପିଲ କୁମାର ରିଙ୍କୁ ବିଜେପିରେ ଯୋଗଦେବା ପରେ ଆପ୍ ବିଜେପି ବିରୋଧରେ ଏହି ଅଭିଯୋଗ ଆଣିଛି । ତାଙ୍କର ବିଜେପିରେ ଯୋଗଦେବା ଆଶ୍ଚର୍ଯ୍ୟଜନକ କାରଣ ପଞ୍ଜାବରେ ଆପ୍ ଯେଉଁ ୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ସେଥି ମଧ୍ୟରେ ସୁଶୀଲ କୁମାର ରିଙ୍କୁଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା ।












Click it and Unblock the Notifications