ଧକ୍କା ଦେଇ ଜଳିଗଲା ଟ୍ରକ୍, ୮ ଜୀବନ୍ତ ଦଗ୍ଧ
ପୁଣେର ନାଭଲେ ବ୍ରିଜରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଦୁଇଟି କଣ୍ଟେନର ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯିବାରୁ ୮ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଅଗ୍ନିଶମ ବିଭାଗ ଅନୁଯାୟୀ, ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଳୁଥିବା ଗାଡିରେ ଅଧିକ ଲୋକ ଫସି ରହିଥିବା ସମ୍ଭାବନା ରହିଛି ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ।

ପୁଲିସର ସୂଚନା ଅନୁସାରେ ପୁଣେ ସହର ଉପକଣ୍ଠରେ ମୁମ୍ବାଇ-ବେଙ୍ଗାଲୁରୁ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ବଡ଼ କଣ୍ଟେନର ଟ୍ରକ ମଧ୍ୟରେ ଏକ କାର ଚାପି ହୋଇଯାଇଥିଲା, ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଓ ଆହୁରି କିଛି ଲୋକ ଆହତ ହୋଇଛନ୍ତି । ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଦୁର୍ଘଟଣାର ଭିଡିଓ ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇଟି ଭାରୀ ଟ୍ରକ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ସମୟ ମଧ୍ୟରେ ଉଭୟ ଟ୍ରକ ମଧ୍ୟରେ କାରଟି ରହିଯାଇଥିଲା ।












Click it and Unblock the Notifications