ଆଖି ଆଗରୁ ଲୁଟି ନେଲେ ୫ଲକ୍ଷର ଅଳଙ୍କାର
ପୁଣେ : ପୁଣେରୁ ଲୁଟପାତର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆଶ୍ଚର୍ଯ୍ୟ କରି ଦେବ । ଏକ ଲୁଟେରା ଜଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇ ଫେରାର ହୋଇଛି । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁରୁବାର ଅପରାହ୍ନରେ ଦୁଇ ଚକିଆ ଯାନରେ ଏକ ଦମ୍ପତି ବ୍ୟାଙ୍କରୁ ଫେରୁଥିବା ସମୟରେ ଏକ ଦୋକାନରେ ବଡ଼ାପାଓ ଖାଇବାପାଇଁ ରହିଥିଲେ।
ବ୍ୟକ୍ତି ଜଣକ ନିଜ ସ୍କୁଟିକୁ ରାସ୍ତା କଡ଼ରେ ପାର୍କିଂ କରି ଦୋକାନ ଆଡ଼କୁ ଯାଉଥିବା ବେଳେ ତାଙ୍କ ପତ୍ନୀ ସ୍କୁଟି ପାଖରେ ଛିଡ଼ା ହୋଇ ଅଳଙ୍କାର ଥିବା ବ୍ୟାଗକୁ ଜଗିଥିଲେ। କିଛି ସେକେଣ୍ଡ ପରେ ବାଇକ୍ରେ ଆସୁଥିବା ଥିବା ଜଣେ ବ୍ୟକ୍ତି ଫେସ୍ ମାସ୍କ ପିନ୍ଧିବା ସହିତ ସ୍କୁଟର ନିକଟରେ ଅଟକି ଯାଇ ମହିଳାଙ୍କୁ ରାସ୍ତାରେ କିଛି ଖସି ଯାଇଥିବାର କହିଥିଲେ।

ତାଙ୍କ କଥା ଶୁଣି ମହିଳା ଜଣକ ତଳକୁ ଚାହିଁ ଖେଳିବାକୁ ଚେଷ୍ଟା କରିବା ବେଳେ ଧଳା ସାର୍ଟ ପିନ୍ଧି ଚାଲି ଚାଲି ଆସୁଥିବା ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ବ୍ୟାଗ୍ ଧରି ଦୌଡ଼ି ପଳାଇ ଯାଇଥିଲେ।ବ୍ୟାଗ୍ ଚୋରି ହେବା ଦେଖି ମହିଳା ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି । ଭାଇରାଲ ଭିଡିଓର ସିସିଟିଭି ଫୁଟେଜରେ ଦେଖିପାରିବେ












Click it and Unblock the Notifications