ବ୍ରିଜ ଭୁଶୁଡ଼ି ଭାସିଗଲେ ୨୫ପର୍ଯ୍ୟଟକ
ପୁଣେରେ ପାଦଚଲା ବ୍ରିଜ୍ ଭୁଶୁଡ଼ି ଭାସିଗଲେ ପର୍ଯ୍ୟଟକ। ଇନ୍ଦ୍ରାୟାଣୀ ନଦୀରେ ପାଦ ଚଲା ବ୍ରିଜ୍ ଭୁଶୁଡ଼ିବାରୁ ଅଘଟଣ। ନଦୀରେ ପ୍ରବଳ ସ୍ରୋତ ଆସିବାରୁ ବ୍ରିଜ ଭାସିଗଲା। ବ୍ରିଜ୍ ଉପରେ ଥିବା ପାଖାପାଖି ୨୫ ଜଣ ଲୋକ ପ୍ରବଳ ନଦୀ ସ୍ରୋତରେ ଭାସିଯାଇଥିବା ସୂଚନା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।ଆଜି ରବିବାର ଥିବାରୁ ସେଠାରେ ବହୁ ସଂଖ୍ୟକ ପର୍ଯ୍ୟଟକ ଉପସ୍ଥିତ ଥିଲେ। କିଛି ଲୋକ ପୋଲ ଉପରେ ଠିଆ ହୋଇ ଫଟୋ ଉଠାଇଥିଲେ। ଘଟଣାସ୍ଥଳରେ ପ୍ରାୟ ୨୦୦ ପର୍ଯ୍ୟଟକ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ ପୁଣେର ମାଭାଲର କୁଣ୍ଡ ମାଲାରେ ଥିବା ଏହି ପୋଲ ଭୁଶୁଡ଼ି ପଡ଼ିବା ଯୋଗୁଁ କିଛି ପର୍ଯ୍ୟଟକ ବୁଡ଼ି ଯାଇଛନ୍ତି। କୁହାଯାଉଛି ଯେ ଏହି ଘଟଣା ଅପରାହ୍ନ ପ୍ରାୟ ୩.୪୦ ସମୟରେ ଘଟିଥିଲା। ପୋଲର ଅଂଶରେ ପଥର ମଧ୍ୟ ଥିଲା। ପଥର ଉପରେ ପଡ଼ିଥିବା ଲୋକମାନେ ଗୁରୁତର ଆହତ ହୋଇଛନ୍ତି। ସେପଟେ ନଦୀ ସ୍ରୋତରେ ପଡ଼ିଥିବା ଅନେକ ଲୋକ ଭାସି ଯାଇଛନ୍ତି। ପିମ୍ପରି-ଚିଞ୍ଚୱାଡ ପୁଲିସ କମିଶନରେଟ ଅନ୍ତର୍ଗତ ତାଲେଗାଁଓ ଦାଭାଡେ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି।












Click it and Unblock the Notifications