ଏହି ମାମଲାରେ ଗିରଫ ହେଲେ ପୂଜା ଖେଡକରଙ୍କ ପରିବାରର ବଡିଗାର୍ଡ
ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ପୂର୍ବତନ ଆଇଏଏସ୍ ଅଫିସରଙ୍କ ପରିବାରର ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରକ୍ ଡ୍ରାଇଭରଙ୍କୁ ଅପହରଣ କରିବା ମାମଲାରେ ପୁଲିସ୍ ଗିରଫ କରିଛି। ନଭି ମୁମ୍ବାଇରେ ଗୋଟିଏ ସାମାନ୍ୟ ଦୁର୍ଘଟଣାକୁ କେନ୍ଦ୍ର କରି ଟ୍ରକ୍ ଡ୍ରାଇଭରଙ୍କୁ ଅପହରଣ କରାଯାଇଥିଲା। ଅପହୃତ ଡ୍ରାଇଭରଙ୍କୁ ପୂଜାଙ୍କ ଘରର କାର ଭିତରୁ ଉଦ୍ଧାର କରାଯିବା ପରେ ଏବେ ପରିବାରର ବଡିଗାର୍ଡଙ୍କୁ ମହାରାଷ୍ଟ୍ରର ଧୁଲେରୁ ଗିରଫ କରାଯାଇଛି।
ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପ୍ରଫୁଲ ସାଲୁଙ୍ଖେ। ସେ ପରିବାରର ବଡିଗାର୍ଡ ସହ ଡ୍ରାଇଭର ଭାବେ ମଧ୍ୟ କାମ କରନ୍ତି। ପୁଲିସ ପ୍ରଫୁଲଙ୍କୁ ଗିରଫ କରିବା ପରେ ନଭି ମୁମ୍ବାଇର ବେଲାପୁର କୋର୍ଟରେ ହାଜର କରି ୫ ଦିନିଆ ରିମାଣ୍ଡରେ ନେଇଛି। ଅପହରଣ ମାମଲାରେ ପୁଲିସ୍ ପୂଜାଙ୍କ ବାପା ଦିଲୀପ ଓ ମା' ମନୋରମାଙ୍କୁ ଖୋଜୁ ଥିବା ବେଳେ ସେମାନେ ଫେରାର ରହିଛନ୍ତି। ସେମାନେ ଭୟରେ ସମ୍ଭବତଃ ଦେଶ ଛାଡ଼ି ଦେଇଥିବା ପୁଲିସ୍ ସନ୍ଦେହ କରୁଛି।
ଚଳିତ ମାସ ଆରମ୍ଭରେ ଅପହରଣ ମାମଲାର ପର୍ଦ୍ଦାଫାସ ହୋଇଥିଲା। ମୁଲୁନ୍ଦ-ଐରୋଲି ରାସ୍ତାରେ ଗୋଟିଏ ପଥର ବୋଝେଇ ଟ୍ରକ୍ ଭୁଲ ବଶତଃ ଗୋଟିଏ ଲ୍ୟାଣ୍ଡ କ୍ରୁସର କାର୍ରେ ଘସି ହୋଇ ଯାଇଥିଲା। ଟ୍ରକକୁ ପ୍ରହ୍ଲାଦ କୁମାର(୨୨) ଚଳାଉଥିଲେ। ଏହି ସାମନ୍ୟ ଦୁର୍ଘଟଣାକୁ ନେଇ କାରରେ ଥିବା ଦୁଇ ଜଣଙ୍କ ସହ ପ୍ରହ୍ଲାଦଙ୍କ ଯୁକ୍ତିତର୍କ ହୋଇଥିଲା।
ଏହାପରେ ହଠାତ୍ ପ୍ରହ୍ଲାଦ ନିଖୋଜ ହୋଇଯାଇଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଦୁର୍ଘଟଣା ବେଳେ କାରରେ ପୂଜା ଖେଡକରଙ୍କ ବାପା ଓ ବଡିଗାର୍ଡ ରହିଥିଲେ। ସେମାନେ ଘଟଣା ପରେ ପ୍ରହ୍ଲାଦଙ୍କୁ ମାଡ଼ ମାରିବା ସହ ଆଖି ବନ୍ଦ କରି କାରରେ ଭର୍ତ୍ତି କରିଦେଇଥିଲେ। ଏହାପରେ ଖେଡକରଙ୍କ ବଙ୍ଗଳାକୁ ନେଇ ଆସିଥିଲେ। ଦୁର୍ଘଟଣାର କ୍ଷତିପୂରଣ ସେମାନେ ପ୍ରହ୍ଲାଦଙ୍କ ଠାରୁ ଆଦାୟ କରିବାକୁ ଏପରି କରିଥିଲେ।

ପୁଲିସ୍ ତଦନ୍ତ କରି ଖେଡକରଙ୍କ ଘରେ ପହଞ୍ଚିଥିଲା। ହେଲେ ପୂଜାଙ୍କ ମା' ପୁଲିସ୍କୁ ବଙ୍ଗଳାରେ ପ୍ରବେଶ କରିବାକୁ ଦେଇ ନଥିଲେ। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଟ୍ରକ୍ ଡ୍ରାଇଭର ଅପହରଣ ମାମଲାରେ ସାମିଥିଲା ୨ ଜଣ ଅଭିଯୁକ୍ତଙ୍କୁ ପୂଜାଙ୍କ ମା' ପୁଲିସ୍ରେ ଜିମା ଦେବା ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କୁ ବିଶ୍ୱାସ କରି ପୁଲିସ୍ ଫେରି ଆସିଥିଲା। କିନ୍ତୁ ପୂଜାଙ୍କ ମା' ମନୋରମା କୌଣସି ପ୍ରକାରର ପ୍ରତିଶ୍ରୁତି ପାଳନ ନ କରିବାରୁ ପୁଲିସ୍ ପୁଣି ବଙ୍ଗଳରେ ପହଞ୍ଚିଥିଲା। ସେତେବେଳେ ଅପରାଧରେ ବ୍ୟବହୃତ କାର ନଥିଲା। ସେହିପରି ପୂଜାଙ୍କ ବାପା ଦିଲୀପ ଓ ବଡିଗାର୍ଡ ପ୍ରଫୁଲ ମଧ୍ୟ ଫେରାର ହୋଇଯାଇଥିଲେ। ତଥାପି ପୁଲିସ୍ ଭିତରକୁ ଯିବାକୁ ଚେଷ୍ଟା କରିବା ବେଳେ ମନୋରମା ୨ଟି ବଡ଼ବଡ଼ କୁକୁର ଦ୍ୱାରା ସମସ୍ତଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ।
ଦିନକ ପରେ ପୁଲିସ୍ ପୁଣି ବଙ୍ଗଳାରେ ପହଞ୍ଚିଲା ବେଳକୁ ମନୋରମା ମଧ୍ୟ ଫେରାର ହୋଇଯାଇଥିଲେ। ତେବେ ପୁଲିସ୍ ବଙ୍ଗଳାରୁ ଅପହୃତ ଟ୍ରକ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ଏବେ ପୁଲିସ୍ ଅପହରଣ ଘଟଣାରେ ଖେଡକର ପରିବାରର ବଡିଗାର୍ଡ ପ୍ରଫୁଲଙ୍କୁ ଗିରଫ କରିଛି।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications