ସରିଲା ଡେଡ୍‌ ଲାଇନ୍‌, ପ୍ରମାଣପତ୍ର ଦାଖଲ କରିପାରିଲେନି ପୂଜା ଖେଡକର

ନୂଆଦିଲ୍ଳୀ: ବଢ଼ିଲା ଆଇଏଏସ୍ ପୂଜା ଖେଡକର ଅଡ଼ୁଆ । ବିବାଦୀୟ ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକର ନକଲି ଅକ୍ଷମତା ତଥା ଓବିସି ପ୍ରମାଣପତ୍ର ଜମା କରି ଚାକିରି ପାଇଥିବା ଅଭିଯୋଗ ହୋଇଥିଲା । ତେବେ ସେ ପ୍ରମାଣପତ୍ର ଜମା କରିବାରେ ଅସମର୍ଥ ହୋଇଛନ୍ତି ।

ଉତ୍ତରାଖଣ୍ଡର ମସୁରି ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ତାଙ୍କୁ ପୁନର୍ବାର ଡାକି ପ୍ରମାଣପତ୍ର ଦାଖଲ କରିବାକୁ ଜୁଲାଇ ୨୩ ପର୍ଯ୍ୟନ୍ତ ସମୟ ଦେଇଥିଲା । କିନ୍ତୁ ଏଥିରେ ବିଫଳ ହୋଇଛନ୍ତି ପୂଜା । ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ତାଙ୍କ ପ୍ରଶିକ୍ଷଣ ବାତିଲ କରିଥିଲେ ।

Puja Khedkar

ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ବିରୋଧରେ ୟୁପିଏସସି ଏକ ମାମଲା ରୁଜୁ କରିଛି । ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ କରାଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ତାଙ୍କ ଟ୍ରେନିଂ ବାତିଲ କରିଥିଲେ ।

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଟ୍ରେନି ଆଇଏଏସ ପୂଜା ମନୋରମା ଦିଲୀପ ଖେଡକରଙ୍କ ଜାଲିଆତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା । ଏହି ତଦନ୍ତରୁ ଜଣାପଡିଥିଲା ଯେ, ଆଇଏଏସ୍ ନିଜ ନାମ, ବାପାଙ୍କ ନାମ ଓ ମା'ଙ୍କ ନାମ, ଫଟୋ/ଦସ୍ତଖତ, ମେଲ୍ ଆଇଡି, ମୋବାଇଲ ନମ୍ବର ଓ ଠିକଣା ବଦଳାଇ ପରୀକ୍ଷା ନିୟମ ଅନୁଯାୟୀ ସଂରକ୍ଷଣର ଫାଇଦା ଉଠାଇଥିଲେ । ଏହା ପରେ ୟୁପିଏସସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+