ପ୍ରକାଶ ପାଇଲା ବିଜ୍ଞପ୍ତି ; ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶା ସେମିତି ଏହି ସବୁ ରାଜ୍ୟରେ ହେବ ନିର୍ବାଚନ

ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ । ଓଡିଶା ସମେତ ଦେଶର ୯ ରାଜ୍ୟରେ ଖାଲି ପଡିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପଡିବ ଭୋଟ୍ । ଏନେଇ ନିର୍ବାଚନ ଆୟୋଗ ବୁଧବାର ତାରିଖ ଘୋଷଣା କରିଛନ୍ତି ।

Rajya Sabha election

ବିଜ୍ଞପ୍ତି ମୁତାବକ, ଆସନ୍ତା ଅଗଷ୍ଟ ୧୪ ତାରିଖରେ ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଅଗଷ୍ଟ ୨୧ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଏହାପରେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ପଡିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି । ଏହାପରେ ଭୋଟ୍ ଗଣନା କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

ତେବେ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ, ଓଡିଶାର ଗୋଟିଏ ରାଜ୍ୟସଭା ଆସନ ପାଇଁ ମଧ୍ୟ ଭୋଟ୍ ପଡିବ । ସଂଖ୍ୟା ବଳ ଦୃଷ୍ଟିରୁ ବିଜେପି ସମର୍ଥିତ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପକ୍କା । ତେଣୁ ଓଡିଶାରେ ଏଥର କିଏ ରାଜ୍ୟସଭା ପ୍ରାର୍ଥୀ ହେଉଛି ତାହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ବର୍ତ୍ତମାନ ରାଜ୍ୟସଭା ରେସରେ ନିଜେ ମମତା ମହନ୍ତଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ରହିଛନ୍ତି । ତେଣୁ କିଏ ରାଜ୍ୟସଭା ପାଇଁ ବିଜେପି ଟିକେଟ୍ ହାତଉଛି, ତାହା ଦେଖିବାକୁ ବାକି ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+