'ପଡୋଶୀ ଦେଶର ସ୍ଥିତି ଦେଖି ଆମେ ନିଜର ସମ୍ବିଧାନକୁ ନେଇ ଗର୍ବିତ'

ନେପାଳ ବର୍ତ୍ତମାନ ରାଜନୈତିକ ଏବଂ ସାମାଜିକ ସଙ୍କଟ ସହିତ ସଂଘର୍ଷ କରୁଛି। ସୋମବାର ଆରମ୍ଭ ହୋଇଥିବା ଜେନ୍-ଜି ବିପ୍ଲବ ତୃତୀୟ ଦିନରେ ଟିକେ ଥଣ୍ଡା ପଡ଼ିଥିଲେ ବି ଶେଷ ହୋଇନାହିଁ। ସେନା ରାସ୍ତାକୁ ଓହ୍ଲାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ସୋମବାର ଆରମ୍ଭ ହୋଇଥିବା ଏହି ହିଂସା ମଙ୍ଗଳବ‌ାର ଆହୁରି ତୀବ୍ର ହୋଇଥିଲା। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ସହ ତାଙ୍କ ଦଳର ଅନେକ ନେତା ଇସ୍ତଫା ଦେଇ ସରକାରୀ ବାସଭବନ ଛାଡ଼ିଥିଲେ। ନେପାଳରେ ଏ‌ଭଳି ସରକାର ବିରୋଧୀ ପ୍ରଦର୍ଶନ ଚାଲିଥିବା ବେଳେ ଭାରତର ସମ୍ବିଧାନକୁ ନେଇ ଗର୍ବ ଅନୁଭବ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର. ଗଭାଇ।

ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ବିଲ୍ ପାସ୍ କରିବାର ଟାଇମଲାଇନ୍‌ ଧାର୍ଯ୍ୟ କରାଯିବା ନେଇ ମାମଲାର ଶୁଣାଣି ବେଳେ ଏଭଳି ଟିପ୍ପଣୀ ଦେଇଛନ୍ତି ବିଆର ଗଭଇ। ଏହି ମାମଲାରେ ରାଷ୍ଟ୍ରପତିଙ୍କ ପକ୍ଷରୁ ରେଫରାନ୍ସ ଦାଖଲ କରାଯାଇଛି। ଯାହା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହାକୁ ନେଇ ଦୀର୍ଘ ଦିନ ଧରି ମଧ୍ୟ ଲମ୍ବା ବିତର୍କ ଚାଲିଛି।

ଆଜି ପୁଣିଥରେ ଏହି ମାମଲାରେ ଜୋରଦାର ବିତର୍କ ଦେଖିବାକୁ ମିଳିଥିଲା। ସଲିସିଟର ଜେନେରାଲ ତୁଷାର ମେହଟା ରାଜ୍ୟପାଳଙ୍କ ପକ୍ଷରୁ ବିଲ୍‌ ରୋକା ଯିବାର ସୂଚନା ଦେଇଥିଲେ। ଜବାବରେ କପିଲ ସିବଲ କହିଛନ୍ତି ୨୦୧୪ ପରେ ଏଭଳି ମାମଲା ବଢିଯାଇଛି। ପୂର୍ବରୁ ଏଭଳି ହେଉନଥିଲା। ଏହାର ଜବାରେ ମେହେଟା କହିଥିଲେ, ମୁଁ ତ ଆପଣଙ୍କ ସରକାରଙ୍କ ପ୍ରଶଂସା କରୁଛି। ୧୯୭୦ ରୁ ଏପର୍ଯ୍ୟନ୍ତର ଡାଟା ମୁଁ ଉପସ୍ଥାପିତ କରିଛି। ଏହାର ଜବାବରେ ସିବଲ କହିଥିଲେ, ଆପଣଙ୍କୁ ପ୍ରଶଂସା ହିଁ କରିବା ଦକାର। କାରଣ ୨୦୧୪ ପୂବର୍ରୁ ଏଭଳି ହୋଇ ନଥିଲା।

br gavai
ମେହଟା କହିଥିଲେ, ମୁଁ ସଠିକ ଭାବରେ ଡାଟା ଦେଇଛି, ଯେ ସମ୍ବିଧାନ କିଭଳି କାମ କରୁଛି। ରାଜ୍ୟାପାଳ କେନ୍ଦ୍ର ସରକାରଙ୍କ ଏଜେଣ୍ଯ ନୁହେଁ। ସେ ଜଣେ ସମ୍ବିଧାନିକ ପଦାଧିକାରୀ। ଯିଏକି ନିରପେକ୍ଷ ଭାବରେ କାମ କରନ୍ତ। ସେ ସମ୍ବିଧାନ ଅନୁସାରେ କାମ କରନ୍ତି ଓ ଏହା ଅନୁସାରେ ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କ ସାହାଯ୍ୟ କରନ୍ତି। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ କିଛି ମତଭେଦ ଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ପ୍ରେସିଡେଣ୍ଟିଆଲ ରେଫରାନ୍ସ ଉପରେ ଉପରେ ଆଜି ୯ମ ଦିନ ପାଇଁ ଅର୍ଥାତ୍ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଆଜି ରେଫରାନ୍ସ ବିରୋଧରେ ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକ ବିତର୍କ ଶେଷ କରିଛନ୍ତି। ସୁପ୍ରିମକୋର୍ଟ ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କ ପାଇଁ ଏକ ସମୟସୀମା ଧାର୍ଯ୍ୟ କରିଥିଲେ, ଯାହା ପରେ ରାଷ୍ଟ୍ରପତି 'ପ୍ରେସିଡେଣ୍ଟିଆଳ ରେଫରାନ୍ସ' ପଠାଇ ଏହି ମାମଲା ସହିତ ଜଡିତ ୧୪ଟି ସାମ୍ବିଧାନିକ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ମତାମତ ଲୋଡିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+