• search
For Quick Alerts
Turn On Notification  
For Daily Alerts

ବହୁ ସଂଖ୍ୟକ କୃଷକ ଏକତ୍ରିତ ହୋଇ ବିରୋଧ କରୁଛନ୍ତି, ସେମାନଙ୍କ ମଧ୍ୟ ଟୀକାକରଣ କରାଇବୁ : ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ

|

ଚଣ୍ଡିଗଡ଼ : "ହରିୟାଣାରେ ଯିଏ ଅଛନ୍ତି ସେମାନଙ୍କ ବିଷୟରେ ଚିନ୍ତା କରିବା ମୋର କର୍ତ୍ତବ୍ୟ । ଏଠାରେ ବହୁ ସଂଖ୍ୟକ ଚାଷୀ ବିରୋଧ ପ୍ରଦର୍ଶନ କରୁଛନ୍ତି । ଆମ ସରକାର ସେମାନଙ୍କ ପାଇଁ ବହୁତ ଚିନ୍ତିତ । ହରିୟାଣା ସରକାର ସ୍ଥିର କରିଛନ୍ତି ସମସ୍ତ ଆନ୍ଦୋଳନକାରୀଙ୍କ କରୋନା ପରୀକ୍ଷା କରାଯିବ । ଏହା ସହିତ ସେମାନଙ୍କର ଟୀକାକରଣ ମଧ୍ୟ କରାଯିବ ।" ଏହା ଥିଲା ଆନ୍ଦୋଳନକାରୀ ଚାଷୀଙ୍କ ପ୍ରତି ହରିୟାଣା ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜେଙ୍କ ବିବୃତ୍ତି ।

ANil-Vij

ଏହା ପୂର୍ବରୁ ଅନିଲ୍ କହିଥିଲେ ଯେ, ରାଜ୍ୟରେ ଚିହ୍ନଟ ହେଉଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଦିଲ୍ଲୀର ସଂଲଗ୍ନ ଜିଲ୍ଲାରୁ ଆସିଛନ୍ତି । ସେ କହିଛନ୍ତି, 'ଗୁରୁଗ୍ରାମ, ଫରିଦାବାଦ ଏବଂ ସୋନିପଥ ଜିଲ୍ଲାରୋ ଲୋକମାନେ ଅଧିକାଂଶ ଦିଲ୍ଲୀକୁ ଯାତାୟତ କରୁଛନ୍ତି । ଦିଲ୍ଲୀରୁ କରୋନା ରୋଗୀ ଏହି ଜିଲ୍ଲାକୁ ଆସୁଛନ୍ତି । ଦିଲ୍ଲୀରେ ଯଥେଷ୍ଟ ବ୍ୟବସ୍ଥା ନଥାଇପାରେ ତେଣୁ ଏପରି ହେଉଛିବ ବୋଲି କହିଛନ୍ତି ଅନିଲ୍ । ଗଣମାଧ୍ୟମକୁ ସୂଚନା ଦେଇ ହରିୟାଣାର ସ୍ୱାସ୍ଥ୍ୟ ଓ ଗୃହମନ୍ତ୍ରୀ ଅନିଲ ବିଜେ ମଧ୍ୟ କହିଛନ୍ତି, ''ଯେତେବେଳେ ଲୋକମାନେ ଆମ ପାଖକୁ ଆସିଛନ୍ତି, ସେମାନଙ୍କୁ ବାହାର କରିପାରିବୁ ନାହିଁ, ଆମେ ସେମାନଙ୍କୁ ଚିକିତ୍ସା ଦେବାକୁ ଚେଷ୍ଟା କରୁଛୁ।''

ହରିୟାଣାର ଗୃହମନ୍ତ୍ରୀ ମଧ୍ୟ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, 'ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିଦିନ ଗଣମାଧ୍ୟମରେ ଏତେ ଖର୍ଚ୍ଚ କରୁଛନ୍ତି । ଯଦି କୌଣସି ଜିନିଷର ଅଭାବ ଅଛି, ତେବେ ଏହାର ବ୍ୟବସ୍ଥା କର । ଯଦି ଆପଣ ବିଜ୍ଞାପନରେ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଏହାକୁ ଔଷଧରେ ଖର୍ଚ୍ଚ କରନ୍ତୁ । ଯଦି ଦେଶରେ ମିଳୁ ନାହଁ, ତେବେ ବାହରୁ ଆମଦାନୀ କର ।' ବିଜେ ଆହୁରି ପ୍ରଶ୍ନ କରିଛନ୍ତି, ଆଜି ଆପଣ ଅଭାବ ବିଷୟରେ କହୁଛନ୍ତି । ଏହି ଅଭାବ ପାଇଁ ଯଦି କେହି ସଠିକ୍ ଭାବରେ ଦାୟୀ, ତେବେ ଯେଉଁ ଦଳଗୁଡିକ ସ୍ୱାଧୀନତାର 70 ବର୍ଷ ଧରି କ୍ଷମତାରେ ଥିଲେ ସେମାନେ ଦୋଷୀ, ଯେଉଁମାନେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିନାହାଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଆମ ରାଜ୍ୟରେ ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ରାଜ୍ୟର ମୋଟ ରୋଗୀଙ୍କ ମଧ୍ୟରୁ 50% ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମ, ଫରିଦାବାଦ ଏବଂ ସୋନିପଥ ତିନୋଟି ଜିଲ୍ଲାର ଅଛନ୍ତି । କିନ୍ତୁ ଏଠାରେ ଟୀକାକରଣ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି ଏବଂ କରୋନା ପରୀକ୍ଷା ହାର ମଧ୍ୟ ବୃଦ୍ଧି ପାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube

English summary
Protesting Farmers Will Be Vaccinate I Haryana Says Home And Health Minister Anil Vij.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X