Get Updates
Get notified of breaking news, exclusive insights, and must-see stories!

APPର ବଡ଼ ଅଭିଯୋଗ: ଜି -20 କର୍ମଚାରୀଙ୍କୁ ମିଳିନାହିଁ ଦରମା !

ନୂଆଦିଲ୍ଲୀ: ଚନ୍ଦ୍ରଯାନ-3ର ସଫଳତା ପରେ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଥିଲା । ସମସ୍ତେ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ । ସେହିପରି ଜି -20 ସମ୍ମିଳନୀ ଅବସରରେ ଭାରତ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି । ହେଲେ ବର୍ତ୍ତମାନ ଅଭିଯୋଗ ହେଉଛି ଯେ, ଚନ୍ଦ୍ରଯାନ-3 ପାଇଁ ଲଞ୍ଚପ୍ୟାଡ ନିର୍ମାଣ କରିଥିବା ଏବଂ ଜି -20 ପାଇଁ ଭାରତ ମଣ୍ଡପକୁ ସଜାଇଥିବା ଇଞ୍ଜିନିୟରମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ଦରମା ଦିଆଯାଇ ନାହିଁ ।

ସେପ୍ଟେମ୍ବର 19, ମଙ୍ଗଳବାର ଦିନ ଜି -20 ପାଇଁ ଭାରତ ମଣ୍ଡପମ ପରିଚାଳନା କରୁଥିବା କମ୍ପାନୀର କର୍ମଚାରୀମାନେ ଦରମା ପ୍ରଦାନ କରାଯାଇ ନ ଥିବା ଅଭିଯୋଗ କରି ପ୍ରଗତି ମଇଦାନ ବାହାରେ ଧାରଣା ଦେଇଥିଲେ । ଏଥି ସହିତ ଚନ୍ଦ୍ରଯାନ-3 ପାଇଁ ଲଞ୍ଚପ୍ୟାଡ ନିର୍ମାଣ କରିଥିବା ଇଞ୍ଜିନିୟରମାନେ ଗତ 18 ମାସ ହେବ ଟଙ୍କା ପାଇ ପରିଶ୍ରମ କରିଆସୁଛନ୍ତି ହେଲେ ମିଳୁନାହିଁ ଟଙ୍କା । ଯାହା ଫଳରେ ଇଞ୍ଜିନିୟରମାନେ ଇଡଲି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

GG20 Summit

ଏହି ମାମଲାକୁ ନେଇ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ଏହି ଲୋକଙ୍କ ପ୍ରସଙ୍ଗ ଉଠାଇ କେନ୍ଦ୍ରର ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ଆମ୍ ଆଦମୀ ପାର୍ଟିର ଅଫିସିଆଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ଏହାକୁ ବିରୋଧ କରି ଏକ ପୋଷ୍ଟ ସେୟାର କରିଛନ୍ତି । ଖବର ଅନୁଯାୟୀ, ପ୍ରିଷ୍ଟାଇନ୍ ୟୁଟିଲିଟିଜ୍ ନାମକ ଏକ କମ୍ପାନୀ ଜି -20 ସମୟରେ ଭାରତ ମଣ୍ଡପାମର ପ୍ରସ୍ତୁତି ତଥା ରକ୍ଷଣାବେକ୍ଷଣ ପାଇଁ ପ୍ରାୟ 250 ଜଣଙ୍କୁ ନିଯୁକ୍ତି ଦେଇଥିଲା। ବର୍ତ୍ତମାନ ସେହି କର୍ମଚାରୀମାନେ ପ୍ରଗତି ମଇଦାନରେ ଧାରଣା ଦେଇଛନ୍ତି ଏବଂ ଦାବି କରିଛନ୍ତି ଯେ କମ୍ପାନୀ ସେମାନଙ୍କ ଦରମା ଏବେ ପର୍ଯ୍ୟନ୍ତ ଦେଇ ନାହିଁ ।

କର୍ମଚାରୀମାନେ କହିଛନ୍ତି ଯେ, କମ୍ପାନୀ ସେମାନଙ୍କୁ କହିଥିଲା ​​ଯେ ସେମାନଙ୍କୁ ମାସକୁ 16,000 ଟଙ୍କା ଦିଆଯିବ, କିନ୍ତୁ ଅନେକଙ୍କୁ ମାତ୍ର 2500 ଟଙ୍କା ହିଁ ମିଳିଛି । ଅନ୍ୟପକ୍ଷରେ, ଚନ୍ଦ୍ରଯାନ -3 ର ଲଞ୍ଚପ୍ୟାଡ୍ ନିର୍ମାଣ ଏବଂ ପ୍ରସ୍ତୁତ କରିଥିବା ଇଞ୍ଜିନିୟରମାନଙ୍କର ମଧ୍ୟ ସମାନ କାହାଣୀ ରହିଛି ।

ବିସିସିଆଇର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଦୀପକ କୁମାର ଅପାରିଆ HEC (ହେଭି ଇଞ୍ଜିନିୟରିଂ କର୍ପୋରେସନ୍ ଲିମିଟେଡ୍) ରେ ଜଣେ ଟେକ୍ନିସିଆନ୍ ରହିଛନ୍ତି। ଆଜି ଦୀପକ ଏପରି ପରିସ୍ଥିତିରେ ଅଛନ୍ତି ଯେ ସେ ଇଡଲି ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। କେବଳ ଦୀପକ ନୁହଁନ୍ତି ବରଂ HEC ର 2800 କର୍ମଚାରୀଙ୍କୁ ୧୮ ମାସ ହେବ ଦରମା ମିଳିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+