ନିଟ୍ ଅନିୟମିତତା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ଘେରାଉ କଲେ ଛାତ୍ର
ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ କେନ୍ଦ୍ର ସରକାର ଅଡୁଆରେ ପଡିଥିବା ବେଳେ ଏବେ ୟୁଜିସି ନେଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଛି । ଏହାପରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛି । ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଅଭିଯୋଗ ନେଇ ଗିରଫ ହୋଇଥିବା ପରୀକ୍ଷାର୍ଥୀ ଅନୁରାଗ ଯାଦବ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଲିକ୍ ପ୍ରଶ୍ନପତ୍ର ପ୍ରକୃତ ପରୀକ୍ଷା ପ୍ରଶ୍ନପତ୍ର ସହିତ ମେଳ ଖାଉଛି ।

ବିହାରର ଦାନାପୁର ଟାଉନ କାଉନସିଲ (ଦାନାପୁର ନାଗର ପରିଷଦ) ରେ ନିୟୋଜିତ ଜଣେ ଇଞ୍ଜିନିୟରଙ୍କ ଭଣଜା ଏହି ସ୍ୱୀକାର କରିବା ପରେ ପ୍ରଶ୍ନପତ୍ର ଲିକ୍ ଆହୁରି ସ୍ପଷ୍ଟ ହୋଇଛି । ଆଉ ଆଜି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରିଛନ୍ତି ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ NSUI। ନୂଆଦିଲ୍ଲୀ ସ୍ଥିତ ବାସଭବନ ଆଗରେ NSUI ଛାତୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଛାତ୍ର ସଂଘ କଂଗ୍ରେସର ଅଟେ। ମିଳିଥିବା ସୂଚନା ଅନୁଯାୟୀ, ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ପୋଲିସ ଉଠାଇ ନେଇଛି।












Click it and Unblock the Notifications