ଦିଲ୍ଲୀରେ ଆଜି ଆପ୍-ବିଜେପିର ବିରୋଧ ପ୍ରଦର୍ଶନ, କଡ଼ାକଡି ହେଲା ସୁରକ୍ଷାବ୍ୟବସ୍ଥା
ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଠକେଇ ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ଆଜି ବିଜେପି ମୁଖ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିବା ନେଇ ସୂଚନା ରହିଛି । ସେହିପରି ଦିଲ୍ଲୀ ସରକାରରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ବିଜେପି AAP କାର୍ଯ୍ୟାଳୟ ନିକଟରେ ବିରୋଧ କରିବା ନେଇ ଘୋଷଣା କରିଛି ।

ଦିଲ୍ଲୀରେ AAP ଏବଂ ବିଜେପିର ବିରୋଧ ପ୍ରଦର୍ଶନକୁ ନେଇ ସତର୍କ ସୂଚନା ଜାରି କରିଛି ପୋଲିସ । ଦିଲ୍ଲୀରେ ଟ୍ରାଫିକ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଦିଲ୍ଲୀ ପୋଲିସ କହିଛି , ଯେ ଆମେ ବିରୋଧର ମୁକାବିଲା ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ପ୍ରକାର ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ ଅତିରିକ୍ତ ବାହିନୀ ମଧ୍ୟ ନିୟୋଜିତ ହେବ। କାହାକୁ ଆଇନ ଶୃଙ୍ଖଳା ଉଲ୍ଲଂଘନ କରିବାକୁ ଦିଆଯିବ ନାହିଁ।












Click it and Unblock the Notifications