ସମର୍ଥ ଏବଂ ଶୃଙ୍ଖଳିତ ଯୁବପିଢ଼ୀ ଦେଶର ଭବିଷ୍ୟତ ;ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସାଂସଦ ଖେଳ ମହୋତ୍ସବ ଯୋଗୁଁ ଦେଶରେ ହଜାର ହଜାର କ୍ରୀଡ଼ାବିତ୍ ସୃଷ୍ଟି ହୋଇଛନ୍ତି । ଆଜି ସାଂସଦ ଖେଳ ମହୋତ୍ସବକୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ସାଂସଦ ଖେଳ ମହୋତ୍ସବର ପରିସର ବ୍ୟାପକ ହୋଇଛି ଏବଂ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ସେ କହିଛନ୍ତି ଏହି କ୍ରୀଡ଼ା ପର୍ବ ଯୁବଶକ୍ତିକୁ ଦେଶ ଗଠନର ମନ୍ତ୍ରରେ ଅଭିଷିକ୍ତ କରାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ହାର୍ ଜିତ୍ଠାରୁ ଊର୍ଦ୍ଧ୍ୱରେ ରହି କ୍ରୀଡ଼ାବିତ୍ମାନେ ସେମାନଙ୍କର ଖେଳୁଆଡ ମନୋଭାବ ଜରିଆରେ ପ୍ରତ୍ୟେକ କ୍ରୀଡ଼ାର ବିକାଶ ଲାଗି ଅବଦାନ ଦେଉଛନ୍ତି । ସମର୍ଥ ଏବଂ ଶୃଙ୍ଖଳିତ ଯୁବପିଢ଼ୀ ଦେଶର ଭବିଷ୍ୟତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପିତାମାତାମାନଙ୍କୁ ସୋମାନଙ୍କ ପିଲାକୁ କ୍ରୀଡ଼ାପ୍ରତି ଉତ୍ସାହ ସୃଷ୍ଟି କରିବା ଲାଗି ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି କ୍ରୀଡ଼ା କେବଳ ଶିକ୍ଷଣର ଏକ ଅଂଶବିଶେଷ ନୁହେଁ ବରଂ ଏହା ଏକ ସୁଯୋଗ । ସେ କହିଛନ୍ତି ଏକ ସୁସ୍ଥମନ ଏବଂ ସୁସ୍ଥ ଶରୀର ପାଇଁ କ୍ରୀଡ଼ା ଅତ୍ୟନ୍ତ ଅପରିହାର୍ଯ୍ୟ ।












Click it and Unblock the Notifications