ଟ୍ରମ୍ପଙ୍କ ଉପରେ କୋର୍ଟଙ୍କ ବଡ଼ ରାୟ, ଏହି ମାମଲାରେ ...
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ଚାଲିଥିବା ନିର୍ବାଚନରେ ହସ୍ତକ୍ଷେପ ଏବଂ ଗୋପନୀୟ ଦସ୍ତାବିଜ୍ ମାମଲାକୁ ସେଠାକାର ଏକ କୋର୍ଟ ଖାରଜ କରିଛନ୍ତି । ଆମେରିକାର ସ୍ୱତନ୍ତ୍ର କାଉନ୍ସେଲ୍ ଜାଜ୍ ସ୍ମିଥ୍ ଅଭିଯୋଗ ପ୍ରତ୍ୟାହାର ନିମନ୍ତେ ଅନୁରୋଧ କରିବା ପରେ ଫେଡେରାଲ୍ କୋର୍ଟ୍ ଏହି ନିଷ୍ପତ୍ତି ନେଇଛନ୍ତି ।
ବର୍ତ୍ତମାନ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜୁ କରିବା ନିୟମ ବିରୋଧି ହୋଇଥିବା ଏବଂ ଏଥିସହିତ ଜଡ଼ିତ ନିଷ୍ପତ୍ତି ମାମଲାର ଯୋଗ୍ୟତା ଉପରେ ଆଧାରିତ ନୁହେଁ ବୋଲି ସେ ଦର୍ଶାଇବା ପରେ କୋର୍ଟ ଏହାକୁ ଖାରଜ କରିଛନ୍ତି । କୋର୍ଟ ତାଙ୍କ ରାୟରେ କହିଛନ୍ତି, ଏହି ନିଷ୍ପତ୍ତି ଜନସ୍ୱାର୍ଥ ବିରୋଧୀ ନୁହେଁ ଏବଂ ବିରୋଧୀ ଆଇନ୍ଜୀବୀମାନେ ମାମଲା ପ୍ରତ୍ୟାହାର ବିଷୟକୁ ବିରୋଧ କରିନାହାନ୍ତି ।

ସୁପ୍ରିମ୍କୋର୍ଟ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଅପରାଧିକ ମାମଲାରୁ ସାମୟିକ ଆସ୍ୱସ୍ତି ପାଇଁ ନିର୍ଦ୍ଦେଶ ଦେବା ପରେ ଏଭଳି ରାୟ ପ୍ରକାଶ ପାଇଛି । ଉଭୟ ମାମଲାରେ ଦୋଷୀ ସାବ୍ୟସ୍ତ ନୁହେଁ ବୋଲି କହି ଆସୁଥିବା ଡୋନାଲ୍ଡ ଟ୍ରମ୍ପ୍ ଆଇନ୍ର ଶାସନ ପାଇଁ ଏହା ଏକ ବଡ଼ ବିଜୟ ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।












Click it and Unblock the Notifications