ଗିରଫ ହେଲା ପ୍ରବଚକ,ଚୋରି କିପରି ରୋକାଯିବ ଦେଉଥିଲେ ପ୍ରବଚନ
ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଇତିମଧ୍ୟରେ ଗିରଫ ହୋଇଛନ୍ତି। ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି। ତାଙ୍କଠାରୁ ୨ ଶହ ଗ୍ରାମ ସୁନା, ୧ ଲକ୍ଷ କ୍ୟାଶ, ବାଇକ୍, ଲୁହା ରଡ୍ ଜବତ ହୋଇଛି। ବ୍ୟକ୍ତି ଜଣକ କଟକର। ସେ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରବଚନ ଦେଉଥିଲେ। ଚୋରି କରିବା ଅପରାଧ, ଏହାକୁ କିପରି ରୋକା ଯାଇ ପାରିବ ସେସମ୍ପର୍କରେ ଲୋକମାନଙ୍କୁ ପ୍ରବଚନ ଦେଉଥିଲେ। ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମାଜରୁ କିଭଳି ଅପରାଧ ରୋକି ହେବ ଓ ଅପରାଧୀ କିଭଳି ଅପରାଧ ଛାଡି ପାରିବେ ସେନେଇ ଦେଉଥିଲା ପ୍ରବଚନ । ଅଭିଯୁକ୍ତ ଠାରୁ ୨୦୦ ଗ୍ରାମ ସୁନା, ଏକ ଲକ୍ଷ ଟଙ୍କା ଓ ଚୋରି ମୋଟର ସାଇକେଲ ଜବତ କରିଛି କମିଶନରେଟ ପୋଲିସ ।












Click it and Unblock the Notifications