ଅଶ୍ଳୀଳ ଭିଡ଼ିଓ ପ୍ରଚାର ଏବଂ ପ୍ରସାର ମାମଲା ; ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀଙ୍କ ଘର ସହିତ ୧୪ ସ୍ଥାନରେ ଚଢାଉ କଲା ଇଡି
ମୋବାଇଲ ଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ପ୍ରଚାର ଏବଂ ପ୍ରସାର ସହ ଜଡିତ ଅର୍ଥ ହେରଫେର ଘଟଣାରେ ଶୁକ୍ରବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି।

ରାଜଙ୍କ ସହ ଜଡିତ ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କାର୍ଯ୍ୟ ଚାଲିଛି। ମୋବାଇଲ ଆପ୍ଲିକେସନ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଅଶ୍ଳୀଳ ଭିଡିଓ ବିତରଣରେ ସନ୍ଦିଗ୍ଧଙ୍କ ଭୂମିକା ସମ୍ପର୍କରେ ଅନୁସନ୍ଧାନ କରାଯାଇଛି।
ସୂଚନାନୁସାରେ, ଇଡି କେବଳ ରାଜ କୁନ୍ଦ୍ରାଙ୍କ ଘରେ ନୁହେଁ ବରଂ ପର୍ନ ର଼୍ୟାକେଟ ମାମଲାରେ ଥିବା ଅନ୍ୟ ଅନେକ ଲୋକଙ୍କୁ ମଧ୍ୟ ଖୋଜୁଛି। ଏହି କାର୍ଯ୍ୟ ମୋବାଇଲ ଆପ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାର ଏବଂ ପ୍ରଚାର ସହିତ ଜଡିତ। ଏହି ଅନୁସନ୍ଧାନ ମୁମ୍ବାଇ ପୋଲିସର ୨୦୨୧ ମାମଲା ଉପରେ ଆଧାରିତ।
ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୦୨୧ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହି ମାମଲାରେ ସିଟି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭୁଲ ବୋଲି କହିଥିଲେ। ଏହି ମାମଲାରେ ସେ ଦୁଇ ମାସ ଜେଲରେ ମଧ୍ୟ ରହିଥିଲେ।












Click it and Unblock the Notifications