ବିଗିଡିଲା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସ୍ବାସ୍ଥ୍ୟ ଅବସ୍ଥା, ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି
ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ବିଗିଡିଲା ସ୍ୱାସ୍ଥ୍ୟବାସ୍ଥା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଆଡମିଟ୍ କରାଯାଇଛି।

ବ୍ଲଡ ପ୍ରେସର ଲୋ' ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଏମରଜେନ୍ସି ଓ୍ୱାର୍ଡକୁ ନିଆଯାଇଥିଲା। ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ବିଳମ୍ବିତ ରାତି ସାଢ଼େ ୧୨ରୁ ୧ଟା ମଧ୍ୟରେ ହସ୍ପିଟାଲକୁ ଅଣାଯାଇଥିଲା। ଜଣାଶୁଣା ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ଶାହାରୁଖ ଏସ୍ପି ଗୋଲବାଲାଙ୍କ ନେତୃତ୍ୱରେ ବିଶେଷଙ୍କ ଏକ ଟିମ୍ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି।












Click it and Unblock the Notifications