Samudrayaan Mission: ଚନ୍ଦ୍ରଯାନ, ଆଦିତ୍ୟ-L1 ପରେ ଏବେ ଲଞ୍ଚ ହେବ 'ସମୁଦ୍ରଯାନ'
Samudrayaan Mission: ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ-L1ର ସଫଳ ଲଞ୍ଚ୍ ପରେ ଖୁବ୍ ଶୀଘ୍ର ଇସ୍ରୋ 'ଗଗନଯାନ ମିଶନ୍'ଆରମ୍ଭ କରିବାକୁ ଯାଉଛି । ଏହାସହ ଭାରତର ବୈଜ୍ଞାନିକମାନେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିବା ନେଇ ସୂଚନା ରହିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ କେନ୍ଦ୍ରମନ୍ତ୍ରୀ କିରଣ ରିଜୁଜୁ ସୂଚନା ଦେଇଛନ୍ତି ।
ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ ବୈଜ୍ଞାନିକମାନେ ୩ ଜଣଙ୍କୁ ପଠାଇବା ନେଇ ସୂଚନା ରହିଛି । ସମୁଦ୍ର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ ।

ମିଳିଥିବା ସୂଚନା ଅନୁସାରେ, ଏହି ମିଶନର ନାଁ ମତ୍ସ୍ୟ 6000 (Samudrayaa ocean mission matsya 6000 ) ରଖାଯାଇଛି । ଭାରତ ସରକାରଙ୍କ ବ୍ଲୁ ଇକୋନୋମିକ୍ ବିକାଶ ପାଇଁ ଏହା କରାଯାଉଛି। ଏଥିସହ ଏହା ସାମୁଦ୍ରିକ ଇକୋସିଷ୍ଟମରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ଦାବି କରାଯାଉଛି ।
ସମୁଦ୍ରର 6000 ମିଟର ଗଭୀରତାକୁ ତିନି ଜଣ ବ୍ୟକ୍ତିଙ୍କୁ ପଠାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନ୍ ଟେକ୍ନୋଲୋଜି (NIOT) ଦ୍ୱାରା ଏହି ଜାହାଜ ପ୍ରସ୍ତୁତ ହେଉଛି। ଏହି ଜାହାଜ ମାଧ୍ୟମରେ ୩ ଜଣ ବ୍ୟକ୍ତି ସମୁଦ୍ର ତଳେ 6000 ମିଟର ଗଭୀରତାକୁ ଯିବେ । ଦୀର୍ଘ ୨ ବର୍ଷ ଧରି ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାର ପ୍ରଥମ ସମୁଦ୍ର ଟ୍ରାଏଲ୍ ଆସନ୍ତାବର୍ଷ ପ୍ରଥମ ଭାଗରେ ବଙ୍ଗୋପସାଗରରେ କରାଯିବ । ଚେନ୍ନାଇ ଉପକୂଳରେ ଏହାର ଟ୍ରାଏଲ୍ କରାଯିବା ନେଇ ସୂଚନା ରହିଛି ।
ଏହା ସଂପୂର୍ଣ୍ଣ ସ୍ୱଦେଶୀ ଜାହାଜ । ଯାହାର ନାମ 'ମତ୍ସ 6000' ରଖାଯାଇଛି । ଚେନ୍ନାଇ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି ଏହାକୁ ବିକଶିକ ଓ ଡିଜାଇନ୍ କରିଛି । ବୈଜ୍ଞାନିକମାନେ ବୁଡ଼ା ଜାହାଜ ମତ୍ସ୍ୟ ୬୦୦୦ ଡିଜାଇନ୍, ସରଞ୍ଜାମ, ଟେଷ୍ଟିଂ, ପ୍ରମାଣପତ୍ର ଓ ଏସଓପିର ସମୀକ୍ଷା କରିଥିବା ନେଇ ସୂଚନା ରହିଛି ।
ମତ୍ସ୍ୟ 6000 ସ୍ୱାଭାବିକ ଅପରେସନରେ ୧୨ରୁ ୧୬ ଘଣ୍ଟା ହେଲେ ମନୁଷ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥିରେ ୯୬ ଘଣ୍ଟା ପର୍ଯ୍ୟନ୍ତ
ଅମ୍ଳଜାନ ସଂରକ୍ଷିକ ହୋଇ ରଖାଯାଇ ପାରିବ । ଏହି ଯାନର ଓଜନ ୨୫ଟନ୍ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହା, ଭାରତର ପ୍ରଥମ ମାନବଯୁକ୍ତ ସାଗର ମିଶନ । ଏହି ପ୍ରୋଜେକ୍ଟ ମାଧ୍ୟମରେ ଗଭୀର ସମୁଦ୍ରରେ ଥିବା ସମ୍ପଦ ବିଷୟରେ ତଥ୍ୟ
ସଂଗ୍ରହ କରାଯିବା ସହ ଜୈବ ବିବିଧତାର ଆକଳନ କରାଯିବ ।
Next is "Samudrayaan"
— Kiren Rijiju (@KirenRijiju) September 11, 2023
This is 'MATSYA 6000' submersible under construction at National Institute of Ocean Technology at Chennai. India’s first manned Deep Ocean Mission ‘Samudrayaan’ plans to send 3 humans in 6-km ocean depth in a submersible, to study the deep sea resources and… pic.twitter.com/aHuR56esi7
ସୂଚନାଥାଉ ଯେ, ସମୁଦ୍ରଯାନ ପ୍ରକଳ୍ପ ସହ ଗଭୀର ସାଗର ମିଶନ ପାଇଁ ଭାରତ ସରକାର ୪.୦୭୭ କୋଟି ଟଙ୍କାରର ବ୍ୟବବରାଦ
କରିଛନ୍ତି । ୫ ବର୍ଷ ମଧ୍ୟରେ ଏହି ଟଙ୍କାକୁ ପର୍ଯ୍ୟାକ୍ରମରେ ଖର୍ଚ୍ଚ କରାଯିବ । ପୂର୍ବରୁ ଆମେରିକା, ରୁଷ, ଫ୍ରାନ୍ସ, ଜାପାନ ଏବଂ ଚାଇନା
ସମୁଦ୍ରଯାନ ଲଞ୍ଚ କରିସାରିଛି ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications