Get Updates
Get notified of breaking news, exclusive insights, and must-see stories!

କେଜ୍ରିୱାଲଙ୍କ ନାଁରେ ଜାରି ହେଲା ୱାରେଣ୍ଟ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ବନ୍ଦ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ତାଙ୍କୁ ଫସାଯାଇଥିବା କହିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଏମ ଜାଲ ତଥା ମନଗଢ଼ା କାହାଣୀରେ ଫସାଇଛି । ଏପରିକି ତାଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ ଭାବେ ଅବୈଧ ବୋଲି କେଜରିୱାଲ କହିଛନ୍ତି । ଅନ୍ୟପଟେ ତାଙ୍କ ନାଁରେ ଜାରି ହୋଇଛି ୱାରେଣ୍ଟ । ଇଡି ଚାର୍ଜସିଟକୁ ନେଇ ୱାରେଣ୍ଟ ଜାରି କଲା ଦିଲ୍ଲୀ କୋର୍ଟ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଅ।ପ ନେତା ଅରବିନ୍ଦ କେଜ୍ରିୱାଲ ବିରୋଧରେ ଇଡି ଦାଖଲ କରିଥିବା ଚାର୍ଜସିଟକୁ ଭିତ୍ତିକରି ମଙ୍ଗଳବାର ତାଙ୍କ ବିରୋଧରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପ୍ରଡକ୍ସନ ୱାରେଣ୍ଟ ଜାରି କରିଛନ୍ତି । ଏହା ସହିତ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ଜୁଲାଇ ୧୨ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

arvind kejriwal

ଚାର୍ଜସିଟରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ଦୁର୍ନୀତିରେ କିଙ୍ଗପିନ୍ ଏବଂ ଷଡଯନ୍ତ୍ରକାରୀ କହିଛନ୍ତି । ଏତିକି ନୁହେଁ ଇଡି ଦାବି କରିଛନ୍ତି ଯେ, ଗୋଆ ଇଲେକ୍ସନରେ ଲାଞ୍ଚ ଟଙ୍କା ବ୍ୟବହାର ବିଷୟରେ ମଧ୍ୟ ସେ ଜାଣିଥିଲେ । ଚାର୍ଜସିଟରେ ଅରବିନ୍ଦ କେଜ୍ରିୱାଲ ଏବଂ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହ୍ୱାଟ୍ସଆପ ଚାଟର ଡିଟେଲ ଦିଆଯାଇଛି ।

ଅଭିଯୋଗ ରହିଛି ଯେ, କେ.କବିତାଙ୍କ ପିଏ ବିନୋଦଙ୍କ ମାଧ୍ୟମରେ ୨୫.୫ କୋଟି ଟଙ୍କା ଗୋଆ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟୀ ଦେଇଥିଲେ । ଇଡି କହିବାନୁଯାୟୀ, ଚାଟରେ ଏହା ସ୍ପଷ୍ଟ ଯେ, ବିନୋଦ ଚୌହାନଙ୍କର ଅରବିନ୍ଦ କେଜ୍ରିୱାଲଙ୍କ ସହ ଭଲ ସଂପର୍କ ଥିଲା ।ଇଡିର ଚାର୍ଜସିଟରେ ମଙ୍ଗଳବାର ଦିନ କୋର୍ଟ ସଂଜ୍ଞା ନେଇଛନ୍ତି ଏବଂ କେଜ୍ରିୱାଲଙ୍କୁ ୧୨ ଜୁଲାଇ ପାଇଁ ସମନ ପଠାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+