ରୋବର୍ଟ ଭଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି
ରୋବର୍ଟ ଭଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି। ୟୁକେସ୍ଥିତ ପ୍ରତିରକ୍ଷା ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରୋବର୍ଟ ଭଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ରୋବର୍ଟ ଭଦ୍ରାଙ୍କ ବୟାନ ଚଳିତ ବର୍ଷ ଜୁଲାଇରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ରେକର୍ଡ କରାଯାଇଥିଲା। ଏଜେନ୍ସି ତାଙ୍କୁ ପ୍ରତିରକ୍ଷା ଡିଲର ଭଣ୍ଡାରୀଙ୍କ ସହ ଜଡିତ ବିଦେଶୀ ସମ୍ପତ୍ତି ଏବଂ ଆର୍ଥିକ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି। ୨୦୧୬ରେ ଭଣ୍ଡାରୀଙ୍କ ଉପରେ ଆୟକର ବିଭାଗ ଚଢାଉ ପରେ ତଦନ୍ତ ଆରମ୍ଭ ହୋଇଥିଲା।

ବିଦେଶୀ ସମ୍ପତ୍ତି ଓ ଅବୈଧ ଆର୍ଥିକ ନେଣଦେଣର ପୁରୁଣା ଅଭିଯୋଗର ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଚଳିତ ବର୍ଷ ଜୁଲାଇରେ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରାଯାଇଥିଲା। ସଞ୍ଜୟ ଭଣ୍ଡାରୀଙ୍କ ବିଦେଶୀ ସମ୍ପତ୍ତି ଓ ଆର୍ଥିକ ନେଣଦେଣରେ ଭଦ୍ରାଙ୍କ ସଂପୃକ୍ତି ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲା। ଭଣ୍ଡାରୀଙ୍କ ଉପରେ ପୂର୍ବରୁ ବିଦେଶରେ ଅଘୋଷିତ ସମ୍ପତ୍ତି ରଖିବା ଅଭିଯୋଗ ଲାଗିଛି। ୨୦୧୬ରେ ଆୟକର ବିଭାଗ ଚଢଉରେ ସଞ୍ଜୟ ଭଣ୍ଡାରୀଙ୍କ ସହ ରବର୍ଟଙ୍କ ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ ରବର୍ଟ ଭଦ୍ରା ତାଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଯାଞ୍ଚ କରାଯାଉଥିବା କହିଛନ୍ତି।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications