କାନାଡା ପିଏମଙ୍କ ସାମ୍ନାରେ ଲାଗିଲା ଖାଲିସ୍ତାନୀ ନାରା, କାନାଡାର ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ଏକ କାର୍ଯ୍ୟକ୍ରମରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ଭାଷଣ ସମୟରେ ଶୁଭିଲା ଖଲିସ୍ତାନ ସ୍ଲୋଗାନ । ଏହି ଅଭିଯୋଗରେ ଭାରତ ସରକାର ଦିଲ୍ଲୀ ସ୍ଥିତ କାନାଡ଼ା ରାଷ୍ଟ୍ରଦୂତଙ୍କୁ ସମନ କରିଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସମନ କରାଯାଇଛି । ଏହି ପ୍ରସଙ୍ଗରେ କାନାଡାର ଡେପୁଟି ହାଇ କମିଶନରଙ୍କୁ ଭାରତ ସରକାର ପଠାଇଛନ୍ତି ନୋଟିସ୍ । ଭାରତ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ଖାଲିସ୍ତାନକୁ ସମର୍ଥନ କରୁଥିବା କୌଣସି ନେତାଙ୍କ ଉପସ୍ଥିତିରେ କାନାଡା ଏଭଳି ସ୍ଲୋଗାନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ।

Justin Trudeau

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ବିନା ତଦାରଖରେ ବାରମ୍ୱାର ହେଉଥିବା ଏଭଳି ଅଶାନ୍ତିମୂଳକ କାର୍ଯ୍ୟ ପ୍ରତି ଭାରତର ଚିନ୍ତା ଓ ଦୃଢ଼ ବିରୋଧ ବିଷୟରେ କାନାଡ଼ର ରାଷ୍ଟ୍ରଦୂତ ଅବଗତ କରାଯାଇଥିଲା । ହେଲେ ଏଥର ପୁଣିଥରେ ଏଭଳି ହେବା ବିଛିନ୍ନତାବାଦ, ଉଗ୍ରବାଦ ଓ ହିଂସାକୁ କାନାଡ଼ା ଦେଇଥିବା ରାଜନୈତିକ ପ୍ରଶୟକୁ ଦର୍ଶାଉଛି । ଏଭଳି ନିରନ୍ତର ଘଟଣା କେବଳ ଭାରତ-କାନାଡ଼ା ସମ୍ପର୍କକୁ ଖରାପ କରୁ ନାହିଁ ବରଂ କାନାଡ଼ା ନିଜ ନାଗରିକ ପାଇଁ ହିଂସା ଓ ଅପରାଧର ପରିବେଶ ସୃଷ୍ଟି କରୁଛି । ଏପ୍ରିଲ ୨୮ ତାରିଖ ରବିବାର ଜଷ୍ଟିନ ଟୁଡୋ ଟୋରୋଣ୍ଟୋରେ ଆୟୋଜିତ ଖାଲ୍‌ସା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଟ୍ରୋଡ୍ ଜନସଭାକୁ ସମ୍ବୋଧନ କଲା ବେଳେ ଖଲିସ୍ତାନ ସମର୍ôଥତ ନାରା ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+