ୱାଇନାଡ ଉପ ନିର୍ବାଚନ ଲାଗି ପ୍ରଚାର ସରଗରମ, ଆସନ୍ତାକାଲି ମଇଦାନକୁ ଓହ୍ଲାଇବେ ପ୍ରାର୍ଥୀ
ୱାଇନାଡ୍ ସଂସଦୀୟ ଆସନ ସମେତ ଚେଲାକାରା ଏବଂ ପାଲାକାଡ଼୍ ବିଧାନସଭା ଆସନ ଲାଗି ଆସନ୍ତା ୧୩ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ନିର୍ବାଚନ ପ୍ରଚାର ସରଗରମ ହୋଇଛି । ଏ ସମ୍ପର୍କରେ ଆମ କୋଚି ସମ୍ବାଦଦାତାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ୱାଇନାଡ଼୍ ଆସନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଆସନ୍ତାକାଲିଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ ।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆସନ୍ତା ସୋମବାରଠାରୁ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିବେ । ପାଲାକାଡ଼୍ ବିଧାନସଭା ମଣ୍ଡଳୀରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାରେ ପ୍ରୟାସ ଜାରି ରଖିଛନ୍ତି ।

ୟୁ.ଡି.ଏଫ୍. ପ୍ରାର୍ଥୀ ରାହୁଲ୍ ମାଙ୍କୁଟ୍ଟାଥିଲ୍ ସହରର ଦକ୍ଷିଣାଞ୍ଚଳ ଉପରେ ସ୍ୱତନ୍ତ୍ର ଦୃଷ୍ଟିଦେଇ ପ୍ରଚାର କରୁଥିବାବେଳେ ଏଲ୍.ଡି.ଏଫ୍. ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡକ୍ଟର ପି. ସାରିନ୍ ଭାଦାପାରାମ୍ବୁ-ଚାଥାଙ୍କୁ-ଲାଙ୍ଗୁରା-ପାରାମିଲ୍ ଅଞ୍ଚଳରେ ପ୍ରଚାର ଜୋର୍ଦାର୍ କରିଛନ୍ତି । ସେହିଭଳି ଏନ୍.ଡି.ଏ. ପ୍ରାର୍ଥୀ ପି. କ୍ରିଷ୍ଣାକୁମାର ପାଲାକାଡ଼୍ର ପୂର୍ବାଞ୍ଚଳରେ ନିଜର ପ୍ରଚାର ଜୋର୍ଦାର କରିଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି ।












Click it and Unblock the Notifications