ପ୍ରିୟଙ୍କା ଗାନ୍ଧୀ ଏପରି ବ୍ୟାଗ ନେଇ ସଂସଦରେ ପହଁଞ୍ଚିଲେ, ଆରମ୍ଭ ହେଳା ବିବାଦ
ନୂଆଦିଲ୍ଲୀ: ପାଲେଷ୍ଟାଇନ ପ୍ରତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମର୍ଥନ ପୁଣି ଥରେ ଚର୍ଚ୍ଚାରେ। ପ୍ରିୟଙ୍କା ଗାନ୍ଧୀ 'ପାଲେଷ୍ଟାଇନ' ଲେଖାଥିବା ଏକ ବ୍ୟାଗ ଧରି ସଂସଦରେ ପହଞ୍ଚିଛନ୍ତି। ଯେଉଁ ଚିତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟାଗ ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀ ପୁଣିଥରେ ପାଲେଷ୍ଟାଇନର ସମର୍ଥନ କରୁଥିବା ନଜର ଆସିଛନ୍ତି।
ପ୍ରିୟଙ୍କା କାନ୍ଧରେ ପକାଇଥିବା ଏହି ବ୍ୟାଗର ଉପରେ ଲେଖା ହୋଇଛି 'ପାଲେଷ୍ଟାଇନ୍' । ଏହି ସହିତ ବ୍ୟାଗ୍ ଉପରେ ଶାନ୍ତିର ପ୍ରତୀକ ଏକ ଧଳା କପୋତର ଚିତ୍ର ମଧ୍ୟ ଅଙ୍କା ହୋଇଛି । କହି ରଖୁଛୁ, ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୌତମ ଆଦାନୀଙ୍କ ନାମରେ ସ୍ଲୋଗାନ୍ ଲେଖା ହୋଇଥିବା ଏକ ବ୍ୟାଗ୍ ଧରି ସଂସଦକୁ ଆସିଥିଲେ । ସେତେବେଳେ ଏହାକୁ ନେଇ ବିବାଦ ଦେଖାଦେଇଥିଲା ।

ବର୍ତ୍ତମାନ ପ୍ରିୟଙ୍କାଙ୍କର ଏହି 'ପାଲେଷ୍ଟାଇନ୍' ବ୍ୟାଗକୁ ନେଇ ବି ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ବିଜେପି ନେତାମାନେ ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରିବା ସହ ସଂଖ୍ୟାଲଘୁ ତୁଷ୍ଟୀକରଣର ଅଭିଯୋଗ ଲଗାଇଛନ୍ତି । ଯଦିଓ ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧି ଗତ ଜୁଲାଇ ଏବଂ ଅକ୍ଟୋବରରେ ପାଲେଷ୍ଟାଇନ ସମର୍ଥନରେ ଟ୍ୱିଟ୍ କରିଥିଲେ । ସେ ସାଂସଦ ହେବା ପରେ ଭାରତରେ ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଭେଟିଥିଲେ । ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ୱାୟନାଡ ନିର୍ବାଚନରେ ବିଜୟ ପାଇଁ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ ସମୟରେ ପ୍ରିୟଙ୍କା ଗାନ୍ଧୀ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପାଲେଷ୍ଟାଇନ ସହିତ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବୈଠକରେ ସେ ଗାଜାରେ ଚାଲିଥିବା ଇସ୍ରାଏଲର ସାମରିକ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ। ଏପରିକି ଏହି ଅଞ୍ଚଳରେ ଘଟିଥିବା ବିନାଶକୁ ନେଇ ମଧ୍ଯ ଦୁଃଖ ପ୍ରକାଶ କରିଥିଲେ।












Click it and Unblock the Notifications