ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରିୟଙ୍କା, ଜାଣନ୍ତୁ ତାଙ୍କର ହୋଇଥିଲା କଣ ?

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ୟୁପିରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ଭାରତ ଯୋଡା ଯାତ୍ରାରେ ଭାଗ ନେବାକୁ ଯାଉଥିଲେ, କିନ୍ତୁ ସେ ହଠାତ୍ ଅସୁସ୍ଥତା ହେତୁ ସେ ଯାଇପାରିନଥିଲେ । ଅସୁସ୍ଥତା ହେତୁ ତାଙ୍କୁ ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ତାଙ୍କୁ ଡିସଚାର୍ଜ କରାଯାଇଛି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଡିହାଇଡ୍ରେସନ୍ ଓ ପେଟରେ ସଂକ୍ରମଣ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ନ୍ୟୁଜ୍ ଏଜେନ୍ସି ପିଟିଆଇ ଏକ ଜିଲ୍ଲା ୟୁନିଟ୍ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ପ୍ରିୟଙ୍କା ଗାନ୍ଧୀ ସୋମବାର (ଫେବୃଆରୀ ୧୯, ୨୦୨୪) ରେ ଆମେଥୀରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନୟା ଯାତ୍ରାରେ ଅଂଶଗ୍ରହଣ କରିବେ ।

Priyanka Gandhi

ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର (ଫେବୃଆରୀ ୧୬) କହିଥିଲେ ଯେ ଅସୁସ୍ଥତା ହେତୁ ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗ ଦେଇ ପାରିବେ ନାହିଁ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ମାତ୍ରେ ସେ ଏହି ଯାତ୍ରାରେ ଯୋଗଦେବେ ବୋଲି ସେ ନିଶ୍ଚିତ କରିଥିଲେ । ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ ଲେଖିଥିଲେ ମୋର ସ୍ୱାସ୍ଥ୍ୟ ଟିକିଏ ଉନ୍ନତି ହେବା ମାତ୍ରେ ମୁଁ ଏହି ଯାତ୍ରାରେ ଯୋଗଦେବି ।

ସେପର୍ଯ୍ୟନ୍ତ ମୁଁ ଚନ୍ଦୌଲି-ବନାରସରେ ପହଞ୍ଚୁଥିବା ସମସ୍ତ ଯାତ୍ରୀ, ଉତ୍ତରପ୍ରଦେଶର ମୋର ସହକର୍ମୀ ଏବଂ ଯାତ୍ରା ପାଇଁ ପ୍ରସ୍ତୁତ ଥିବା ମୋର ସହକର୍ମୀ ଏବଂ ମୋର ପ୍ରିୟ ଭାଇଙ୍କୁ ଶୁଭ କାମନା ଜଣାଉଛି । '' ସୂଚନାଯୋଗ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହୋଇଥିଲା ଏବଂ ଏହା ମୁମ୍ବାଇରେ ଶେଷ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+