Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ପ୍ରିୟଙ୍କା ଦେଲେ ପ୍ରତିକ୍ରୟା, କହିଲେ ଧର୍ମ, ଜାତି ଓ ଭାଷା ଆଧାରରେ.....

ନୂଆଦିଲ୍ଲୀ: ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିବା ପରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ କରାଯାଉଛି। ବର୍ତ୍ତମାନ ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅତ୍ୟାଚାରକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ପଡୋଶୀ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ କ୍ରମାଗତ ଆକ୍ରମଣର ଖବର ଚିନ୍ତାଜନକ । ଧର୍ମ, ଜାତି, ଭାଷା କିମ୍ବା ପରିଚୟ ଆଧାରରେ ଭେଦଭାବ, ହିଂସା ଓ ଆକ୍ରମଣ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଆମେ ଆଶା କରୁଛୁ ଯେ ବାଂଲାଦେଶରେ ଖୁବଶୀଘ୍ର ସ୍ୱାଭାବିକ ସ୍ଥିତି ଫେରିବ ଏବଂ ବାଂଲାଦେଶର ନବନିର୍ବାଚିତ ସରକାର ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିବେ।

Priyanka Gandhi

ସୂଚନା ଅନୁସାରେ, ଅଗଷ୍ଟ ୫ରେ ଶେଖ୍ ହାସିନା ସରକାରର ପତନ ପରଠୁ ଦେଶର ୫୨ଟି ଜିଲ୍ଲାରେ ଘଟିଲାଣି ୨୦୫ଟି ହିନ୍ଦୁ ଓ ସଂଖ୍ୟାଲଘୁ ବିରୋଧୀ କାଣ୍ଡ। ଆନ୍ଦୋଳନକାରୀମାନେ ବିଭିନ୍ନ ମନ୍ଦିର ଓ ଧର୍ମସ୍ଥଳୀରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଛନ୍ତି ଏବଂ ହିନ୍ଦୁଙ୍କୁ ନିର୍ଯାତନା ଦେଉଛନ୍ତି। ଏହାର ପ୍ରତିବାଦ ସହ ସୁରକ୍ଷା ଦାବି ଏବଂ ସଂଖ୍ୟାଲଘୁଙ୍କ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବାଂଲାଦେଶୀ ହିନ୍ଦୁ ସମୁଦାୟ।

ଏଥିସହ ବାଂଲାଦେଶ ସଂସଦରେ ୧୦ ପ୍ରତିଶତ ସଂରକ୍ଷଣ ଏବଂ ସଂଖ୍ୟାଲଘୁ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି ହୋଇଛି। ପୁରୁଷ ଓ ମହିଳାଙ୍କ ସମେତ ହଜାର ହଜାର ଲୋକ ଢାକାର ଶାହବାଗ ସେଣ୍ଟ୍ରାଲ ପାର୍କ ଏବଂ ଚିଟ୍ଟାଗଙ୍ଗ ଚେରାଗି ପାହାଡ଼ ଛକରେ ଆନ୍ଦୋଳନ କରିଥିଲେ। ଏଥିରେ ଛାତ୍ରଛାତ୍ରୀ ଓ ବହୁ ମୁସଲିମ ଆନ୍ଦୋଳନକାରୀ ମଧ୍ୟ ଯୋଗ ଦେଇ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+