ପ୍ରଚାରର ଶେଷ ଦିନରେ ଭାଇ ପାଇଁ ପ୍ରଚାର କରିଲେ ଭଉଣୀ
ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ଶେଷ ହେବ ପ୍ରଚାର । ବହୁ ହେଭିୱେଟ ଦେବେ ଭାଗ୍ୟପରୀକ୍ଷା । ୨୬ ଏପ୍ରିଲରେ ୧୩ ଟି ରାଜ୍ୟର ୮୮ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ ହେବ । ଆଉ ଦ୍ୱିତୀୟ ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର କରୁଛନ୍ତି ନେତା ।
ଗୋଟିଏ ପଟେ ବିଜେପିର ତାରକା ପ୍ରଚାରକମାନେ ନିର୍ବାଚନ କ୍ଷେତ୍ରରେ ଜୋରଦାର ପ୍ରଚାର କରୁଥିବାବେଳେ ଅନ୍ୟ ପଟେ ମିଶନ ୨୦୨୪ ଜିତିବା ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି । ପ୍ରଚାରର ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ପ୍ରିୟଙ୍କା ଗାନ୍ଧୀ କେରଳର ୱାୟାନାଡରେ ନିର୍ବାଚନ ରାଲିସେମ୍ବୋଧିତ କରିଛନ୍ତି ।

ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ପାଇଁ ସାଧାରଣ ଲୋକଙ୍କଠାରୁ ଭୋଟ୍ ମାଗିଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବେ କଡ଼ା ଟକ୍କର ଦେବା ମୁଡରେ ନଜର ଆସିଛନ୍ତି । ଗତକାଲି କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିଥିଲେ । ସେ ମଙ୍ଗଲସୁତ୍ର ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିରେ ପାଲଟା ଜବାବ ଦେଇଥିଲେ ।
ଏନେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଗତ ଦୁଇ ଦିନ ଧରି କଂଗ୍ରେସ ନାଁରେ ମିଥ୍ୟା ପ୍ରଚାର କରାଯାଉଛି ଯେ, କଂଗ୍ରେସ ଆପଣଙ୍କ ମଙ୍ଗଳସୁତ୍ର ଏବଂ ଆପଣଙ୍କ ସୁନାକୁ ଆପଣଙ୍କଠାରୁ ଛଡ଼େଇ ନେବାକୁ ଚାହୁଁଛି । ଏହି ଦେଶ ୭୦ ବର୍ଷ ଧରି ସ୍ୱାଧୀନ ରହିଆସିଛି । କଂଗ୍ରେସ ସରକାର ୫୫ ବର୍ଷ ଧରି କ୍ଷମତାରେ ଅଛନ୍ତି । କ୍ଷମତାରେ ଥିବା ବେଳେ କଂଗ୍ରେସ ଆପଣଙ୍କ ସୁନା ଛଡ଼ାଇ ନେଇଛି ନା ମଙ୍ଗଳସୁତ୍ରକୁ ଆପଣଙ୍କଠାରୁ ଛଡ଼ାଇ ନେଇଛି ବୋଲି ପ୍ରିୟଙ୍କ ପ୍ରଶ୍ନ ପଚାରିଛନ୍ତି ।












Click it and Unblock the Notifications