ରେକର୍ଡ ଭାଙ୍ଗି ୱାୟନାଡ ଆସନରୁ ବିଜୟ ହେଲେ ପ୍ରିୟଙ୍କା ଗାନ୍ଧି

ଡେବ୍ୟୁରେ କମାଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ପ୍ରିୟଙ୍କା ଭାଇ ରାହୁଲ ଗାନ୍ଧିଙ୍କ ୨୦୧୯ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। କେରଳର ୱାୟନାଡ ଲୋକସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ପ୍ରିୟଙ୍କା ଏକତରଫା ବିଜୟ ହାସଲ କରିଛନ୍ତି।

Priyanka Gandhi

ପ୍ରିୟଙ୍କା ବିଜୟ ହୋଇଥିବାରୁ ଏବେ ସଂସଦରେ ଗାନ୍ଧି ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ରାହୁଲ ଓ ପ୍ରିୟଙ୍କା ଲୋକସଭାରେ ରହିବ। ସେହିପରି ମା' ସୋନିଆ ଗାନ୍ଧି ରାଜ୍ୟସଭାର ସଦସ୍ୟ ରହିଛନ୍ତି।

ପ୍ରିୟଙ୍କା ୱାୟନାଡରେ ୪,୧୦,୯୩୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୬,୨୨,୩୩୮ ଖଣ୍ଡ ଭୋଟ ମିଳିଥିବା ବେଳେ ଏଲଡିଏଫର ସତ୍ୟୟାନ ମୋକଇରି ୨,୧୧,୪୦୭ ଖଣ୍ଡ ଭୋଟ ପାଇଛନ୍ତି। ବିଜେପିର ନବ୍ୟା ହରିଦାସ ମାତ୍ର ୧,୦୯,୯୩୯ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତି ପ୍ରିୟଙ୍କା ଭାଇ ରାହୁଲ ଗାନ୍ଧିଙ୍କ ବିଜୟ ବ୍ୟବଧାନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏପ୍ରିଲ-ମେ ମାସରେ ହୋଇଥିବା ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ୱାୟନାଡରେ ୩,୬୪,୪୨୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ରାହୁଲ ଗାନ୍ଧିଙ୍କୁ ୬,୪୭,୪୪୫ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସିପିଆଇର ଏ ରାଜା ୩,୬୪,୪୨୨ ଖଣ୍ଡ କମ ଭୋଟ ପାଇଥିଲେ। ୨୦୧୯ରେ ରାହୁଲ ପ୍ରଥମଥର ୱାୟନାଡରୁ ଲଢ଼ିଥିବା ବେଳେ ୪,୩୧,୭୭୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+