Get Updates
Get notified of breaking news, exclusive insights, and must-see stories!

ସିଙ୍ଗଲ ମଦରଙ୍କର ପିଲାଙ୍କୁ ସ୍କୁଲରେ ମିଳୁନି ଆଡମିଶନ

ସ୍କୁଲରେ ଅନେକ ଶିଶୁଙ୍କୁ ଆଡମିଶନ ମିଳୁନାହିଁ । କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ବିଶେଷ କରି ସିଙ୍ଗଲ ପ୍ୟାରେଣ୍ଟ୍ସ କ୍ଷେତ୍ରରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଛି ।

ଭୋପାଳ: ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାରେ ଶିକ୍ଷା ନିୟମର ଖୁଲମଖୁଲା ଉଲ୍ଲଘଂନ ହୋଇଥିବା ଦେଖାଯାଇଛି । ସ୍କୁଲରେ ଅନେକ ଶିଶୁଙ୍କୁ ଆଡମିଶନ ମିଳୁନାହିଁ । କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ବିଶେଷ କରି ସିଙ୍ଗଲ ପ୍ୟାରେଣ୍ଟ୍ସ କ୍ଷେତ୍ରରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଛି । ଜଣେ ଶିଶୁ ସିଙ୍ଗଲ ମଦର୍‌ର ସନ୍ତାନ ହୋଇଥିବାରୁ ଉକ୍ତ ଶିଶୁକୁ ସ୍କୁଲରେ ଆଡମିଶନ ମିଳିନଥିବା ଖବର ସାମନାକୁ ଆସିଛି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି ।

school

ରାୟସେନ ଅଞ୍ଚଳରେ ରହୁଥିବା ସୁନୀତା ଆର୍ଯ୍ୟ ନାମ୍ମୀ ଜଣେ ମହିଳା ଜୁଲାଇ 1 ତାରିଖରେ ନିଜ 5 ବର୍ଷର ଶିଶୁର ବିଦ୍ୟାଳୟରେ ଆଡମିଶନ ପାଇଁ ବିଦ୍ୟାଳୟରେ ପହଞ୍ଚିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଆଡ଼ମିଶନ ପାଇଁ ଆବଶ୍ୟକ କାଗଜପତ୍ର ଓ ଅର୍ଥ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପିତାଙ୍କ ନାମ ଥିବା ସ୍ଥାନରେ କିଛି ଲେଖାନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ ସୁନୀତାଙ୍କୁ ପ୍ରଶ୍ନ କରିଥିଲେ । ତେବେ ସୁନୀତା ଜଣେ ସିଙ୍ଗଲ ମଦର୍‌ ବୋଲି କହିଥିଲେ ଅର୍ଥାତ୍‌ ସେ ନିଜ ସ୍ବାମୀଙ୍କଠୁ ଅଲଗା ହେବା ପରେ ଏକାକୀ ନିଜ ଶିଶୁର ଲାଳନ ପାଳନ କରୁଛନ୍ତି ।

ଏହାପରେ ତାଙ୍କ ଶିଶୁକୁ ବିଦ୍ୟାଳୟରେ ଆଡମିଶନ ମିଳିନଥିବା ଜଣାପଡ଼ିଛି । ମାତ୍ର ସୁନିତାଙ୍କ ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲ କର୍ତ୍ତୁପକ୍ଷ ପ୍ରତିକ୍ରିୟାରେ କହିଛନ୍ତି ,ଯେ ସୁନୀତା ନିଜ ଶିଶୁକୁ ପ୍ରଥମ ନୁହେଁ ଦ୍ବିତୀୟ ଶ୍ରେଣୀରେ ଆଡମିଶନ କରିବା ପାଇଁ ଆଣିଥିଲେ । ତାଙ୍କ ବିଦ୍ୟାଳୟ ଉକ୍ତ ଶ୍ରେଣୀରେ ସିଟ୍‌ ଖାଲି ନଥିଲା । ଏଥିସହ ସୁନୀତାଙ୍କ ପାଖରେ ଶିଶୁର କ୍ଲାସ-1ର ମାର୍କସିଟ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ନଥିଲା । ତେଣୁ ଆଡମିଶନ ମିଳିନଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+