• search
For Quick Alerts
Turn On Notification  
For Daily Alerts

ଟିକା ଅଭାବ ମଧ୍ୟରେ ବଡ ଖୁଲାସା - ଘରୋଇ ଡାକ୍ତରଖାନାକୁ ମଳିଛି 1.29 କୋଟି ଡୋଜ, ବ୍ୟବହାର ହୋଇଛି ମାତ୍ର 22 ଲକ୍ଷ

|

ନୂଆଦିଲ୍ଲୀ : କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ କେବଳ ଗୋଟିଏ ଉପାୟ ଅଛି ଏବଂ ତାହା ହେଉଛି ସମସ୍ତଙ୍କ ଟୀକାକରଣ । ସାରା ଦେଶ ଟିକା ଅଭାବର ସମ୍ମୁଖୀନ ହେଉଛି । ଏହି ସମୟରେ ଏକ ସରକାରୀ ତଥ୍ୟ ବାହାରକୁ ଆସିଛି, ଯାହା ଦର୍ଶାଉଛି, ଘରୋଇ ଡାକ୍ତରଖାନାଗୁଡ଼ିକରେ ବହୁ ମାତ୍ରାରେ ଟିକା ଉପଲବ୍ଧ ଅଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ମାସରେ ଅର୍ଥାତ ମେ ମାସରେ ଘରୋଇ ଡାକ୍ତରଖାନାରେ ମାତ୍ର 17 ପ୍ରତିଶତ ଡୋଜ ବ୍ୟବହାର କରାଯାଇଛି । ଏହା ପରେ ମଧ୍ୟ ଡାକ୍ତରଖାନାଗୁଡ଼ିକରେ ବହୁ ପରିମାଣର ଷ୍ଟକ୍ ରହିଛି । ସରକାରୀ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ମେ ମାସରେ ଘରୋଇ ଡାକ୍ତରଖାନାକୁ 1 କୋଟି 29 ଲକ୍ଷ ଡୋଜ ଯୋଗାଇ ଦିଆଯାଇଥିଲା, ସେଥିମଧ୍ୟରୁ କେବଳ 22 ଲକ୍ଷ ଟିକା ବ୍ୟବହାର କରାଯାଇଛି ।

corona-virus

ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ସରକାରୀ ଡାକ୍ତରଖାନା ଅପେକ୍ଷା ଘରୋଇ ଡାକ୍ତରଖାନାରେ ଅଧିକ ମୂଲ୍ୟରେ ଟିକା ବିକ୍ରି ହେଉଛି । ଏହି କାରଣରୁ ଲୋକମାନେ ଘରୋଇ ଡାକ୍ତରଖାନାରେ ଟିକା ନେବାକୁ କୁଣ୍ଠା ପ୍ରକାଶ କେରୁଛନ୍ତି । ବିଡମ୍ବନାର ବିଷୟ, କେବଳ କମ୍ ବ୍ୟବହାର ନେଇ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିବା ପାଇଁ ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ 7.5 ପ୍ରତିଶତ ଡୋଜ୍ ବ୍ୟବହାର କରାଯାଉଥିବା ନେଇ ଗ୍ରହଣ କରାଯାଇଛି । ସରକାରୀ ପ୍ରକାଶନରେ କୁହାଯାଇଛି, "କେତେକ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ,'ଘରୋଇ ଡାକ୍ତରଖାନାକୁ 25 ପ୍ରତିଶତ ଡୋଜ୍ ଆବଣ୍ଟିତ ହୋଇଛି, କିନ୍ତୁ ସେମାନେ ସମୁଦାୟ ଡୋଜର 7.5 ପ୍ରତିଶତ । '। ଏହି ରିପୋର୍ଟଗୁଡିକ ସଠିକ୍ ନୁହେଁ ଏବଂ ଉପଲବ୍ଧ ତଥ୍ୟ ସହ ମେଳ ଖାଉନାହିଁ ।"

ସରକାର ଲାଭ ଉଠାଉଥିବା ନେଇ ବିରୋଧୀଦଳଙ୍କ ଅଭିଯୋଗ ମଧ୍ୟରେ ଏହି ମାସ ଆରମ୍ଭରେ ସରକାର କୋଭିଡ ଟିକା ପାଇଁ ଘରୋଇ ଡାକ୍ତରଖାନା ଦ୍ୱାରା ଧାର୍ଯ୍ୟ କରାଯାଇଥିବା ମୂଲ୍ୟକୁ ବନ୍ଦ କରିଦେଇଥିଲେ । କୋଭିଶିଲ୍ଡର ମୂଲ୍ୟ ଡୋଜ ପିଛା 780 ଟଙ୍କା, ରୁଷର ଟିକା ସ୍ପୁଟନିକ୍ ଭି ପ୍ରତି ଡୋଜ 1,145 ଟଙ୍କା ଏବଂ ସ୍ୱଦେଶୀ କୋଭାକ୍ସିନ୍ ପିଛା 1,410 ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରେ ଟିକସ ଏବଂ ଡାକ୍ତରଖାନା ପାଇଁ 150 ଟଙ୍କା ସେବା ଚାର୍ଜ ଅନ୍ତର୍ଭୁକ୍ତ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Private Hospitals Got 1.29 Crore Doses Of Vaccine, Used Only 22 Lakh Says Govt Report
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X