ଗୁଜରାଟର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଟ୍ରକକୁ ଧକ୍କା ଦେଲା ବସ୍ : ୩ ମୃତ,
ଗୁଜରାଟର ବୋଟାଦ ଜିଲ୍ଲାରେ ସୋମବାର ଅର୍ଥାତ୍ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି । ପ୍ରାଇଭେଟ ବସ୍ ଏକ ଟ୍ରକକୁ ଧକ୍କା ଦେବା ଫଳରେ ଏପରି ଘଟଣା ଦେଖିବାକୁ ମିଳିଛି । ଯାହାର ସୂଚନା ପୋଲିସ ଦେଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ପ୍ରାଇଭେଟ୍ ବସଟି ବୋଟାଦ ଜିଲ୍ଲାର ରାନପୁର ତାଲୁକାରୁ ଯାତ୍ରୀଙ୍କୁ ନେଇ ଯାଉଥିଲା । ସେହି ସମୟରେ ପଲିୟାଦ ସହର ନିକଟରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି ।

ବସ୍ ରାନପୁର ତାଲୁକାର ଏକ ଗାଁରୁ ଯାତ୍ରୀଙ୍କୁ ନେଇ ଜୁନାଗଢ ଯାଇ ଫେରିବା ବାଟରେ ଏପରି ଅଘଟଣର ସମ୍ମୁଖୀନ କରିବାକୁ ପଡିଥିଲା । ଏଥିରେ ଆହତ ହୋଇଥିବା ଯାତ୍ରୀଙ୍କୁ ତୁରନ୍ତ ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭତ୍ତି କରାଯାଇଥିଲା ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।












Click it and Unblock the Notifications