୨୦ ମିଲିୟନ ଛୁଇଁଲା ପ୍ରଧାମନ୍ତ୍ରୀଙ୍କ ୟୁଟ୍ୟୁବ ସବସ୍କାଇବର୍
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଏମ ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ପଟେ ବିଶ୍ଵ ନେତାଙ୍କୁ ପଛରେ ପକାଇଥିବା ବେଳେ ଅନ୍ୟପଟେ ୟୁଟ୍ୟୁବରେ ଗ୍ରାହକଙ୍କ ଦୃଷ୍ଟିରୁ ସେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି । ପିଏମ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲ 20 ମିଲିୟନ ଅର୍ଥାତ୍ 2 କୋଟିରେ ପହଞ୍ଚିଛି। ଏହି ସ୍ୱତନ୍ତ୍ର ମାନ୍ୟତା ହାସଲ କରିବାରେ ପିଏମ ମୋଦୀ ଦୁନିଆର ପ୍ରଥମ ନେତା ।

ୟୁଟ୍ୟୁବରେ ପିଏମ ମୋଦୀଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଭିଡିଓକୁ ବର୍ତ୍ତମାନ ସୁଦ୍ଧା 4.5 ବିଲିୟନ ଅର୍ଥାତ୍ 450 କୋଟି ଭ୍ୟୁ ମିଳିଛି । ଗ୍ରାହକ, ଭିଡିଓ ଦୃଶ୍ୟ ଏବଂ ଗୁଣବତ୍ତା ଦୃଷ୍ଟିରୁ ରାଜନୈତିକ ନେତାଙ୍କ ମଧ୍ୟରେ ପିଏମ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲ ଆଗରେ ରହିଛି। ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।
ମୁଁ ନିଜେ ଜଣେ ୟୁଟ୍ୟୁବର୍- ପିଏମ୍ ମୋଦୀ
କିଛି ମାସ ପୂର୍ବରୁ, ୟୁଏମ ୟୁଟ୍ୟୁବ୍ ଫ୍ୟାନ୍ଫେଷ୍ଟ ଇଣ୍ଡିଆକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସେ ନିଜେ ଜଣେ ୟୁଟ୍ୟୁବର୍ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ନିଜେ ଗତ 15 ବର୍ଷ ଧରି ୟୁଟ୍ୟୁବ ମାଧ୍ୟମରେ ଦେଶ ତଥା ବିଶ୍ୱ ସହ ଜଡିତ ଅଛନ୍ତି । ତାଙ୍କ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିବେଦନ କରିଛନ୍ତି । ସେ କହିଥିଲେ- "ମୋର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କର ଏବଂ ମୋର ସମସ୍ତ ଅପଡେଟ୍ ପାଇବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ"।












Click it and Unblock the Notifications