ଜୁନ ୧୩ରୁ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଇଟାଲୀ ଗସ୍ତ; G-7 ସମ୍ମିଳନୀରେ ହେବେ ସାମିଲ
ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ ବିଦେଶ ଗସ୍ତ କରିବେ । ୧୩ ତାରିଖ ଅର୍ଥାତ ଗୁରୁବାରଠୁ ମୋଦୀଙ୍କ ଇଟାଲୀଗସ୍ତ ଆରମ୍ଭ ହେଉଛି ।
ଆୟୋଜିତ ହେବାକୁ ଥିବା ଜି ସେଭେନ ସମ୍ମିଳନୀରେ ଯୋଗ ଦେବେ । ଏଥିସହ ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଇଟାଲୀରେ ୫୦ତମ ଜି ସେଭନେ ସମ୍ମିଳନୀ ଆୟୋଜିତ ହେବ । ଭାରତ ସହ ଗ୍ଲୋବାଲ ସାଉଥର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱର ବଡ ନେତାଙ୍କ ସହ ଯୋଡି ହେବାକୁ ଏହା ମୌକା ।
ଇଟାଲୀର ଅପୁଲିଆ ଅଞ୍ଚଳରେ ଥିବା ବୋର୍ଗୋ ଏଗ୍ନାଜିଆ ରିସର୍ଟରେ ୫୦ତମ ଜି୭ ସମିଟ୍ ଜୁନ୍ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିବ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କ ନିମନ୍ତ୍ରଣକ୍ରମେ ଉକ୍ତ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ଗୁରୁବାର ଇଟାଲୀ ଗସ୍ତ କରିବେ ବୋଲି ବହିର୍ବ୍ୟାପାର ସଚିବ ବିନୟ ମୋହନ୍ କ୍ୱାତ୍ରା ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଖଲିସ୍ତାନୀ ସମର୍ଥକମାନେ ବୁଧବାର ସେଠାରେ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ସେମାନେ ପ୍ରତିମୂର୍ତ୍ତି ଅନବାରଣର କିଛି ଘଣ୍ଟା ପରେ ସେଠାରେ ଏହାକୁ ଭାଙ୍ଗିଦେବା ସହ ନିହତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ସମର୍ଥନରେ ସ୍ଲୋଗାନ ଲେଖିଛନ୍ତି।
ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପ୍ରସଙ୍ଗ ଇଟାଲୀ କର୍ତ୍ତୃପକ୍ଷଙ୍କ ଆଗରେ ଉଠାଯାଇଛି ବୋଲି କ୍ୱାତ୍ରା କହିଛନ୍ତି। ଗତବର୍ଷ କାନାଡାର ବ୍ରିଟିଶ୍ କଲମ୍ବିଆରେ ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀମାନେ ଗାନ୍ଧିଜୀଙ୍କ ଏକ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଥିଲେ।












Click it and Unblock the Notifications