ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ; ୫ ବର୍ଷା ମିଳିବ ମାଗଣା ରାସନ୍
ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବଢାଇ ଦିଆଯାଇଛି।

ପିଏମ୍ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ।
ଏପରି କି ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଅନ୍ୟପକ୍ଷେ ପ୍ରତି ପରିବାରକୁ ବାସଗୃହ ଯୋଗାଇବେ ସରକାର । ପିଏମ୍ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାକୁ ୫ ବର୍ଷ ବଢାଯାଇଛି। ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟ ରଖାଯାଇଛି।












Click it and Unblock the Notifications