Get Updates
Get notified of breaking news, exclusive insights, and must-see stories!

ଡିସେମ୍ବର ୨୫ରେ ଏହି ସବୁ ଦେଶକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ହୋଇପାରେ ବଡ ବାଣିଜ୍ୟ ଚୁକ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରିବେ । ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର ପ୍ରମୁଖ ସହଯୋଗୀଙ୍କ ସହ ଭାରତର ସହଭାଗିତା ବଢ଼ାଇବା ମୋଦିଙ୍କ ଗସ୍ତର ଉଦ୍ଦେଶ୍ୟ ରହିଛି । ଗସ୍ତ ଅବସରରେ ବାଣିଜ୍ୟ ବୁଝାମଣା ସହ ଅନ୍ୟ ପ୍ରମୁଖ ଚୁକ୍ତି ହୋଇପାରେ ।

modi

ପ୍ରଥମେ ମୋଦି ୧୫ ତାରିଖରେ ଜୋର୍ଡାନ ଯିବେ । ସେଠାରେ ୧୬ ତାରିଖ ପର୍ଯ୍ୟନ୍ତ ରହିବେ । ଜୋର୍ଡାନରେ ମୋଦି ରାଜା ଅବ୍ଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନଙ୍କୁ ଭେଟିବେ । ତାଙ୍କ ସହ ମୋଦି ଦ୍ୱିପାକ୍ଷିକ ବୈଠକ କରି ବାଣିଜ୍ୟ, ନିବେଶ, କ୍ଷେତ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ । ଏହି ସାକ୍ଷାତ ଜୋର୍ଡାନ-ଭାରତ ମଧ୍ୟରେ ୭୫ ବର୍ଷପୂର୍ତ୍ତି ଅବସରରେ ହେବାକୁ ଯାଉଛି । ଡିସେମ୍ବର ୧୬-୧୭ରେ ମୋଦି ଇଥିଓପିଆ ଯିବେ । ଏହା ମୋଦିଙ୍କ ପ୍ରଥମ ଇଥିଓପିଆ ଗସ୍ତ ହେବ । ଏହି ଅବସରରେ ଦୁଇ ଦେଶ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ କରିବା ଉପରେ ଆଲୋଚନା କରିବେ । ୧୭-୧୮ ତାରିଖ ମଧ୍ୟରେ ମୋଦି ଓମାନ ଯାଇ ଦିଲ୍ଲୀ ଫେରିବେ । ଏହା ମୋଦିଙ୍କ ଦ୍ୱିତୀୟ ଓମାନ୍ ଗସ୍ତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+