ଆସନ୍ତାକାଲି ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀ ଠାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିବେ । ଜେ.ଜେ. କ୍ଲଷ୍ଟର୍‍ ବାସିନ୍ଦାଙ୍କ ପାଇଁ ପ୍ରାୟ ୧୭ ହଜାର ନବନିର୍ମିତ ବାସଗୃହକୁ ଉଦ୍‍ଘାଟନ କରିବା ସହିତ ଅଶୋକ ବିହାର ଅଞ୍ଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିବେ ।

ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଇନ୍‍-ସିଟୁ ବସ୍ତି ଥଇଥାନ ପ୍ରକଳ୍ପର ଏହି ନବନିର୍ମିତ ଗୃହ ଗୁଡ଼ିକ ହେଉଛି ଦ୍ୱିତୀୟ ସଫଳ ପଦକ୍ଷେପ । ଜେ.ଜେ. କ୍ଲଷ୍ଟରବାସୀନ୍ଦାଙ୍କୁ ଉପଯୁକ୍ତ ସୁବିଧା ସହିତ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପରିବେଶ ପ୍ରଦାନ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ନୌରୋଜି ନଗର ଠାରେ ପ୍ରଧାନମନ୍ତ୍ରୀ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ସରୋଜିନୀ ନଗରରେ ଜେନେରାଲ୍‍ ପୁଲ୍‍ ଆବାସିକ ଆବାସ ଟାଇପ୍‍-୨ କ୍ୱାଟର୍ସ୍‍ ଭଳି ଦୁଇଟି ସହରାଞ୍ଚଳ ପୁନଃନିର୍ମାଣ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍‍ଘାଟନୀ କରିବେ ।

pm modi

ବିଶ୍ୱବାଣିଜ୍ୟ କେନ୍ଦ୍ରର ୬୦୦ରୁ ଅଧିକ ଜରାଜୀର୍ଣ୍ଣ ଗୃହ ବଦଳରେ ଅତ୍ୟାଧୁନିକ ବାଣିଜ୍ୟିକ ଟାୱାର୍‍ ନିର୍ମାଣ ମାଧ୍ୟମରେ ଏହି କ୍ୱାଟର୍ସ୍‍ ଗୁଡ଼ିକ ନିର୍ମାଣ କରାଯାଇଛି । ଏଥିରେ ୨ହଜାର ୫୦୦ରୁ ଅଧିକ ଆବାସିକ ଗୃହ ରହିଛି । ପ୍ରଧାନମନ୍ତ୍ରୀ ଦ୍ୱାରକା ଠାରେ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର୍‍ ସମନ୍ୱିତ କାର୍ଯ୍ୟାଳୟ ପରିସରକୁ ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ସେହିଭଳି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୬୦୦ କୋଟିରୁ ଅଧିକ ବ୍ୟୟ ଅଟକଳରେ ତିନୋଟି ନୂତନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ନଜଫଗଡ଼ର ରୋସନପୁରା ଠାରେ ବୀର ସାବରକର କଲେଜ୍‍ର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+