ଆସନ୍ତା ଜାନୁଆରୀ ୩ରେ ଜାତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଆସନ୍ତା ଜାନୁଆରୀ ୩ରେ ଜାତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସ ଜରିଆରେ ସେ ସମ୍ବୋଧିତ କରିବା ନେଇ ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୮ ତମ ଭାରତୀୟ ବିଜ୍ଞାନ କଂଗ୍ରେସ (ଆଇଏସସି) କୁ ସମ୍ବୋଧିତ କରିବେ । ଭିଡିଓ କନଫରେନ୍ସ ଜରିଆରେ ସେ ସମ୍ବୋଧିତ କରିବା ନେଇ ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ ହେଉଛି 'ମହିଳା ସଶକ୍ତିକରଣ ସହିତ ନିରନ୍ତର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ।

ସ୍ଥାୟୀ ବିକାଶ, ମହିଳା ସଶକ୍ତିକରଣ ଏବଂ ବୈଷୟିକ ବିଜ୍ଞାନ ଉପରେ ଆଲୋଚନା କରାଯିବ । ତେବେ ଅଂଶଗ୍ରହଣ କରୁଥିବା ସଂସ୍ଥାମାନେ ମହିଳାମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ଶିକ୍ଷା, ଅନୁସନ୍ଧାନ ସୁଯୋଗ ଦେବେ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ମହିଳାଙ୍କର ଅବଦାନକୁ ଦର୍ଶାଇବା ପାଇଁ
ଏକ ସୂତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯିବ ।
ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଆଗ୍ରହ ସୃଷ୍ଟି କରିବା ପାଇଁ ଶିଶୁ ବିଜ୍ଞାନ କଂଗ୍ରେସ ମଧ୍ୟ ପୃଥକ ଭାବରେ ଆୟୋଜିତ ହେବ। ଏଥି ସହିତ, ଯଦି କୃଷକ ବିଜ୍ଞାନ କଂଗ୍ରେସ ମାଧ୍ୟମରେ ବାୟୋ-ଇକୋନୋମି ଏକ ପ୍ଲାଟଫର୍ମ ପାଏ, ତେବେ ଯୁବକମାନଙ୍କ ମଧ୍ୟରେ କୃଷି ପ୍ରତି ସଚେତନତା ମଧ୍ୟ ବୃଦ୍ଧି ପାଇବ ।
ଏହା ସହିତ ଆଦିବାସୀ ବିଜ୍ଞାନ କଂଗ୍ରେସ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ଆଦିବାସୀ ଜ୍ଞାନ ବିକାଶ ପାଇଁ ସୁଯୋଗ ଏବଂ ସୁବିଧା ପାଇପାରିବେ । ଏହା ସହିତ ଆଦିବାସୀ ମହିଳା ସଶକ୍ତିକରଣ ଉପରେ ମଧ୍ୟ ଧ୍ୟାନ ଦିଆଯିବ ।












Click it and Unblock the Notifications