ହିଂସା ପରେ ପ୍ରଥମ ଥର ପାଇଁ ଆସନ୍ତା କାଲି ମଣିପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୩ ଅର୍ଥାତ୍ ଆସନ୍ତାକାଲି ମଣିପୁର ଗସ୍ତ କରିବେ। ଏନେଇ ଅଧିକାରୀକ ଭାବରେ ନିଶ୍ଚିତ କରାଯାଇଛି। ମଣିପୁର ମୁଖ୍ୟ ସଚିବ ପୁନିତ କୁମାର ଗୋୟଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମଣିପୁର ଗସ୍ତ ଶାନ୍ତି, ବିକାଶର ପଥ ପ୍ରଶସ୍ତ କରିବ। ପ୍ରଧାନମନ୍ତ୍ରୀ ଶନିବାର ଦିନ ୧୨:୧୫ରେ ମିଜୋରାମର ରାଜଧାନୀ ଆଇଜଲରୁ ମଣିପୁରର ଚୁଡାଚାନ୍ଦପୁରରେ ପହଞ୍ଚିବେ। ସର୍ବପ୍ରଥମେ ଚୁଡାଚାନ୍ଦପୁରରେ ସେ ବିସ୍ଥାପିତ ଲୋକଙ୍କ ସହିତ ଆଲୋଚନା କରିବେ ଏବଂ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ।

modi

ମେ' ୨୦୨୩ ମାସରେ ମୈତେଇ ଏବଂ କୁକି ଜନଜାତି ମଧ୍ୟରେ ହୋଇଥିବା ହିଂସା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଣିପୁରକୁ ପ୍ରଥମ ଗସ୍ତ ହେବ।

ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୧୩ରୁ ୧୫ପର୍ଯ୍ୟନ୍ତ ୨ ଦିନିଆ ଗସ୍ତରେ ବିଭିନ୍ନ ରାଜ୍ୟକୁ ଗସ୍ତ କରିବେ, ଯେଉଁଥିରେ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ସାମିଲ ରହିଛି। ଏହି ଗସ୍ତ ମିଜୋରାମରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ବୈରାବି-ସାଇରାଙ୍ଗ ନୂତନ ରେଳ ଲାଇନର ଉଦଘାଟନ କରିବେ, ଯାହା ପ୍ରଥମ ଥର ପାଇଁ ମିଜୋରାମକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମରୁ ମଣିପୁର ଯିବେ। ସେପ୍ଟେମ୍ବର ୧୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୧୨:୩୦ ସମୟରେ ଚୁରାଚାନ୍ଦପୁରରେ ପହଞ୍ଚି ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଅପରାହ୍ନ ପ୍ରାୟ ୨:୩୦ ସମୟରେ ସେ ଇମ୍ଫାଲରେ ୧୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ଏବଂ ଏକ ସାଧାରଣ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+