ଆସନ୍ତା ଶୁକ୍ରବାର ୧୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶୁକ୍ରବାର ଦିନ ବିହାରର ଓ ପଶ୍ଚିମବଙ୍ଗ ଗସ୍ତ କରି ପ୍ରାୟ ୧୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ପୂର୍ବାହ୍ନରେ ଶ୍ରୀ ମୋଦୀ ପ୍ରଥମେ ବିହାର ଗସ୍ତ କରି ୧୩ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିବେ । ଏହି ଅବସରରେ ଦୁଇଟି ଟ୍ରେନ୍‍କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଏକ ଜନସମାବେଶକୁ ସମ୍ବୋଧନ କରିବେ ।

narendra modi

ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀ ଉପରେ ଆଣ୍ଟା ସୀମାରିଆ ସେତୁ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ବିଦ୍ୟୁତ୍‍ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଶ୍ରୀ ମୋଦୀ ୬ ହଜାର ୮୮୦ କୋଟି ଟଙ୍କା ମୂଲ୍ୟର ବକ୍ସର ତାପଜ ବିଦ୍ୟୁତ୍‍ କେନ୍ଦ୍ରର ଲୋକାର୍ପଣ କରିବେ ।

ପରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ବିକଶିତ ସହରାଞ୍ଚଳ ସଂଯୋଗୀକରଣ ପ୍ରତି ପ୍ରତିବଦ୍ଧତା ଅନୁଯାୟୀ କୋଲକାତା ଗସ୍ତ କରି ମେଟ୍ରୋ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ପଶ୍ଚିମବଙ୍ଗରେ ସଡ଼କ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ୧୨ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭ଦଶମିକ୍‍ ୨ କିଲୋମିଟର ଲମ୍ବା ୬ ଲେନ୍‍ ବିଶିଷ୍ଟ ଏଲିଭେଟେଡ୍‍ କୋନା ଏକ୍ସପ୍ରେସ୍‍ ପଥର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+