ଆଜିଠୁ ଦୁଇ ଦିନିଆ ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଆଜି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାପାନ ଗସ୍ତ ଥିବା ବେଳେ ଆଜି ମଧ୍ଯରାତ୍ରିରେ ସେ ଜାପାନ ଅଭିମୁଖେ ବାହାରିବେ ବୋଲି ସୂଚନା ରହିଛି । ତେବେ ଆଜି ରାତିରେ ବାହାରି ଆସନ୍ତାକାଲି ପହଞ୍ଚିବେ ମୋଦୀ ଏବଂ ୨୯-୩୦ ଦୁଇ ଦିନ ଜାପାନରେ ରହିବେ । ମୋଦୀ ପ୍ରଧାନମନ୍ତ୍ରୀ ହେବା ଠାରୁ ଏହା ତାଙ୍କର ଅଷ୍ଟମ ଗସ୍ତ ହେବ ।

ସେପେଟ ଚୀନ୍ ଗସ୍ତ ବି କରିବେ ମୋଦୀ । ୪ ଦିନିଆ ଜାପାନ ଓ ଚୀନ୍ ଗସ୍ତରେ ଯିବେ ମୋଦୀ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ୨୯ ଓ ୩୦ ତାରିଖ ଦୁଇ ଦିନ ଜାପାନ ଗସ୍ତ କରିବେ । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଚୀନ୍ ଗସ୍ତ କରିବେ ।












Click it and Unblock the Notifications