ଆସନ୍ତାକାଲିଠାରୁ ଦୁଇଦିନିଆ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲିଠାରୁ ଦୁଇଦିନିଆ ଇସ୍ରାଏଲ୍ ଗସ୍ତରେ ଯିବେ । ଏହା ହେବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଦ୍ୱିତୀୟ ଇସ୍ରାଏଲ୍ ଗସ୍ତ । ଏହି ଅବସରରେ ସେ ତାଙ୍କର ଇସ୍ରାଏଲ୍ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିବେ ।
ଉଭୟ ନେତା ଭାରତ-ଇସ୍ରାଏଲ୍ ରଣନୈତିକ ଭାଗିଦାରିର ଉଲ୍ଲେଖନୀୟ ପ୍ରଗତିର ସମୀକ୍ଷା କରିବା ସହିତ ବିଜ୍ଞାନ ଓ କାରିଗରି କୌଶଳ, ନବସୃଜନତା, ପ୍ରତିରକ୍ଷା, ନିରାପତ୍ତା, କୃଷି, ଜଳ ପରିଚାଳନା, ବାଣିଜ୍ୟ ଓ ଅର୍ଥନୀତି ଏବଂ ଜନସମ୍ପର୍କ ସମେତ ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିବେ । ଏତଦ୍ବ୍ୟତୀତ ଶ୍ରୀ ମୋଦୀ ଇସ୍ରାଏଲ୍ର ରାଷ୍ଟ୍ରପତି ଆଇଜାକ୍ହେ ର୍ଜଗ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱାରା ଭାରତ-ଇସ୍ରାଏଲ୍ ମଧ୍ୟରେ ଥିବା ବହୁଦିନର ରଣନୈତିକ ଭାଗିଦାରୀ ଅଧିକ ସଶକ୍ତ ହେବା ସହିତ ଏହି ଦୁଇ ଗଣତାନ୍ତ୍ରିକ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସୁଦୃଢ଼ ହୋଇପାରିବ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications