Get Updates
Get notified of breaking news, exclusive insights, and must-see stories!

ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ଭାରତୀୟ ସମ୍ବିଧାନର ଅନୁବାଦ ସଂସ୍କରଣ ନଅଟି ଭାଷା : ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମୀୟାରେ ପ୍ରକାଶିତ ହେବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ନଭେମ୍ବର ପୂର୍ବାହ୍ନ ପ୍ରାୟ 11ଟାରେ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ। ଚଳିତ ବର୍ଷ ସମ୍ବିଧାନ ଗୃହୀତ ହେବାର 76ତମ ବର୍ଷପୂର୍ତ୍ତି ପାଳନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଲୋକସଭାର ବାଚସ୍ପତି, ଉଭୟ ସଦନର ସାଂସଦଙ୍କ ସମେତ ଅନ୍ୟମାନଙ୍କର ଅଂଶଗ୍ରହଣ ଦେଖିବାକୁ ମିଳିବ।

Prime Minister to attend Constitution Day

କାର୍ଯ୍ୟକ୍ରମ ସମୟରେ ଭାରତର ରାଷ୍ଟ୍ରପତି ଭାରତର ସମ୍ବିଧାନର ପ୍ରସ୍ତାବନା ପାଠ କରିବେ। ଏହାବ୍ୟତୀତ, ଭାରତୀୟ ସମ୍ବିଧାନର ଅନୁବାଦ ସଂସ୍କରଣ ନଅଟି ଭାଷାରେ ପ୍ରକାଶିତ ହେବ । ଏହି ଭାଷା ଗୁଡ଼ିକ ହେଲା- ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମୀୟା। କାର୍ଯ୍ୟକ୍ରମ ସମୟରେ ସ୍ମରଣିକା ପୁସ୍ତିକା "ଭାରତ କେ ସମ୍ବିଧାନ ମେ କଲା ଔର କ୍ୟାଲିଗ୍ରାଫୀ" ମଧ୍ୟ ଉନ୍ମୋଚନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+