Mann Ki Baat :ଆସନ୍ତାକାଲି ପିଏମ ମୋଦୀଙ୍କ ୧୧୪ ତମ‘ମନ କି ବାତ୍'
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ ୧୧ ଟା ସମୟରେ ଆକାଶବାଣୀରେ ଚାଲିଥିବା 'ମନ କି ବାତ୍' କାର୍ଯ୍ୟକ୍ରମରେ ନିଜର ଅଭିବ୍ୟକ୍ତି ରଖିବେ। ସେ ଦେଶ ତଥା ବିଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର ୧୧୪ ତମ ପର୍ଯ୍ୟାୟ ହେବ।
କ୍ରମାଗତ ତୃତୀୟ ଥର ପାଇଁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଚତୁର୍ଥ ଅଧ୍ୟାୟ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ News on AIR ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ ।

ଏହା ଆକାଶବାଣୀ ସମ୍ବାଦ, ଡି.ଡି. ନ୍ୟୁଜ୍, ପି.ଏମ୍.ଓ. ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ । ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ । ରାତି ୮ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ ।












Click it and Unblock the Notifications