ସ୍ଥିରତା ଓ ସଂସ୍କାରର ପ୍ରତିଶ୍ରୁତି ଶିଳ୍ପକ୍ଷେତ୍ରରେ ଆତ୍ମବିଶ୍ୱାସ ଆଣିପାରିଛି; ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି ଏବଂ ସଂସ୍କାରର ଗତିକୁ ତ୍ୱର।।ନ୍ୱିତ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ସଂସ୍କାର, ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଦେଶ କ୍ରମାଗତ ଭାବରେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଆଜି ବଜେଟ୍‍ ପରବର୍ତ୍ତୀ ୱେବିନାର୍‍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଅଭିବୃଦ୍ଧି, ଉତ୍ପାଦନ, ରପ୍ତାନୀ ଏବଂ ପରମାଣୁ ଶକ୍ତିର ଇଞ୍ଜିନ ଭାବରେ ଉଭା ହୋଇଛି । ଦେଶରେ ବ୍ୟବସାୟକୁ ସହଜ କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ସରକାର 'ଜନ ବିଶ୍ୱାସ ଆଇନ' ଲାଗୁ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନୁପାଳନକୁ ହ୍ରାସ କରି ଆୟକରକୁ ସହଜ କରାଯାଇପାରିଛି । ସେ କହିଛନ୍ତି, ସରକାର 'ଜନ ବିଶ୍ୱାସ ୨-୦' ବିଲ୍‍ ଉପରେ କାର୍ଯ୍ୟ କରୁଛନ୍ତି ।

pm modi

ବଜେଟ୍‍ରେ ଉତ୍ପାଦନ ଏବଂ ରପ୍ତାନୀ କ୍ଷେତ୍ରର ପ୍ରସାର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ଥିରତା ଓ ସଂସ୍କାରର ପ୍ରତିଶ୍ରୁତି ଶିଳ୍ପକ୍ଷେତ୍ରରେ ଆତ୍ମବିଶ୍ୱାସ ଆଣିପାରିଛି । ସେ କହିଛନ୍ତି, ସରକାରଙ୍କର ପ୍ରୟାସ ଅର୍ଥନୀତି ଉପରେ କୋଭିଡ୍‍ର ପ୍ରଭାବକୁ ହ୍ରାସ କରିଛି, ଯାହା ଭାରତକୁ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହୋଇଛି । ବିଶ୍ୱର ଦେଶଗୁଡ଼ିକ ଭାରତ ସହିତ ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି ।

ମୋଦି କହିଛନ୍ତି, ଭାରତର ଉତ୍ପାଦନ ଯାତ୍ରାରେ ଗବେଷଣା ଏବଂ ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଏହାକୁ ଉନ୍ନତ ଓ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ଗବେଷଣା ଏବଂ ବିକାଶ ମାଧ୍ୟମରେ ନୂତନ ଉତ୍ପାଦ ଏବଂ ଗଚ୍ଛିତ ଉତ୍ପାଦଗୁଡ଼ିକର ମୂଲ୍ୟ ବୃଦ୍ଧି ଉପରେ ଧ୍ୟାନ ଦିଆଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଶ୍ୱ' ଭାରତର ଖେଳଣା ଏବଂ ଚମଡ଼ା ଶିଳ୍ପର ସମ୍ଭାବନାକୁ ସ୍ୱୀକୃତି ପ୍ରଦାନ କରୁଛି । ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରାଯାଇପାରିବ ।

ଏହାଦ୍ୱାରା ଭାରତ ରପ୍ତାନୀ କ୍ଷେତ୍ରର ଅଭିବୃଦ୍ଧି ସହ ବିଶ୍ୱ ଚାମ୍ପିୟନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅଭିବୃଦ୍ଧି ଶ୍ରମପ୍ରଧାନ କ୍ଷେତ୍ରଗୁଡ଼ିକରେ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ । ପି.ଏମ୍‍. ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ପାରମ୍ପରିକ କାରିଗରମାନଙ୍କୁ ଏହି ଯୋଜନା ଅନେକ ସହାୟତା ପ୍ରଦାନ କରୁଛି । ଏହି କାରିଗରମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବା ସହ ଲୁକ୍କାୟିତ ସମ୍ଭାବନାର ବିସ୍ତାର ପାଇଁ ସମସ୍ତ ଅଂଶୀଦାରଙ୍କୁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

ଦେଶରେ ନାଗରିକମାନଙ୍କୁ ଋଣ ଉପଲବ୍ଧତା ସହଜ ହେବା ସହ ସରକାର ଏକ ନୂତନ ପ୍ରକାରର ଋଣ ପ୍ରଚଳନ କରିଛନ୍ତି । ଲୋକମାନେ ଏବେ ବିନା ଗ୍ୟାରେଣ୍ଟିରେ ଋଣ ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ମୁଦ୍ରା ଯୋଜନା ମାଧ୍ୟମରେ ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଉଛି । ଫଳରେ କ୍ଷୁଦ୍ରଶିଳ୍ପଗୁଡ଼ିକ ଉପକୃତ ହୋଇପାରୁଛନ୍ତି । ଟ୍ରେଡ୍‍ସ୍‍ ପୋର୍ଟାଲ୍‍ ଅନେକ ଋଣ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରୁଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଏମ୍‍.ଏସ୍‍.ଏମ୍‍.ଇ.କୁ କମ୍‍ ମୂଲ୍ୟ ଏବଂ ସମୟସୀମା ମଧ୍ୟରେ ଋଣ ଉପଲବ୍ଧତା ନିଶ୍ଚିତ କରି ନୂତନ ଋଣ ପ୍ରଦାନ ପଦ୍ଧତି ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ସମ୍ପ୍ରଦାୟର ୫ ଲକ୍ଷ ନୂଆ ଉଦ୍ୟୋଗୀ ୨ କୋଟି ଟଙ୍କା ଲେଖାଏଁ ଋଣ ପାଇପାରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବଜେଟ୍‍ରେ ଏମ୍‍.ଏସ୍‍.ଏମ୍‍.ଇ. ଋଣ ପାଇଁ ଗ୍ୟାରେଣ୍ଟି କଭରକୁ ଦୁଇଗୁଣ ବୃଦ୍ଧି କରି ୨୦ କୋଟି ଟଙ୍କା କରାଯାଇଛି ଏବଂ ଅତିରିକ୍ତ ଭାବେ କାର୍ଯ୍ୟଶୀଳ ପୁଞ୍ଜି ଆବଶ୍ୟକତା ପୂରଣ କରିବାପାଇଁ ୫ ଲକ୍ଷ ଟଙ୍କା ସୀମା ସହିତ କ୍ରେଡିଟ୍‍ କାର୍ଡ଼ ପ୍ରଦାନ କରାଯିବ ।

ପି.ଏଲ୍‍.ଆଇ. ଯୋଜନାରୁ ବର୍ତ୍ତମାନ ୧୪ଟି କ୍ଷେତ୍ର ଉପକୃତ ହେଉଥିବା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଅଧୀନରେ ୭୫୦ରୁ ଅଧିକ ୟୁନିଟ୍‍ ମଞ୍ଜୁର କରାଯାଇଛି, ଯାହାଫଳରେ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ, ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉତ୍ପାଦନ ଏବଂ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରପ୍ତାନୀ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ପାଦନ ଓ ରପ୍ତାନୀକୁ ପ୍ରୋତ୍ସାହିତ କରିବାପାଇଁ ୨ଟି ମିଶନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

ଉଦ୍ୟୋଗୀମାନେ କେବଳ ଦର୍ଶକ ନ ସାଜି ବିଶ୍ୱ ଯୋଗାଣ ଶୃଙ୍ଖଳରେ ସୁଯୋଗ ଖୋଜିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନାରେ ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଉତ୍ପାଦନ ସହିତ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+