ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଗସ୍ତ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୈତିକ ମାହୋଲ । ସମସ୍ତ ଦଳ ଏବେ ପ୍ରଚାର ପାଇଁ ତତ୍ପର ହେଲେଣି । ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମାଣ୍ତିଆ ଏବଂ ହୁବୁଲି-ଧରୱାଡ ଜିଲ୍ଲା ଗସ୍ତରେ ଯିବେ ।

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୈତିକ ମାହୋଲ । ସମସ୍ତ ଦଳ ଏବେ ପ୍ରଚାର ପାଇଁ ତତ୍ପର ହେଲେଣି । ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମାଣ୍ତିଆ ଏବଂ ହୁବୁଲି-ଧରୱାଡ ଜିଲ୍ଲା ଗସ୍ତରେ ଯିବେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।
ପ୍ରଥନେ ପ୍ରଧାନମନ୍ତ୍ରୀ ମାଣ୍ତ୍ୟ ଜିଲ୍ଲାର ମଦୁରରେ ଆୟୋଯିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ହୁବୁଳିରେ ପହଁଞ୍ଚି ଆଇଆଇଟି ଧରୱାଡର ଉଦଘାଟନ କରିବେ ମୋଦୀ । ଏହି ଗସ୍ତ ସମ୍ପର୍କକେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଶୟରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଆଜି ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇ କହିଛନ୍ତି ଯେ, ମୋଦୀ ମଦୁରରେ ଏକ ବୃହତ ଜନ ସଭାକୁ ସମ୍ବୋଧିତ କରିବେ । ଏବଂ ଏହି ଆସନରୁ ଯେପରି ବିଜେପି ଅଧିକ ଆସନ ଜିତିବ ସେ ପ୍ରତି ଅଧିକ ଧ୍ୟାନ ଦିଆଯିବ । ଆଶା କରାଯାଉଛି ଯେ ଆଗାମୀ ବିଧାନସଭା ନିର୍ବାଚନରେ ମୋଦୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟ ଲାଭ କରିବ ।












Click it and Unblock the Notifications