ଦୁଇ ଦିନିଆ ଭୁଟାନ ଗସ୍ତରେ ମୋଦୀ, ବିମାନବନ୍ଦର ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନ ଅଭିମୁଖେ ଯାତ୍ରା କରିଛନ୍ତି। ମାର୍ଚ୍ଚ 22-23 ରେ ପ୍ରଧାନମନ୍ତ୍ରୀ ମୋଦି ଭୁଟାନରେ ରହିବେ। ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଦିଲ୍ଲୀରୁ ଭୁଟାନ ଅଭିମୁଖେ ଯାତ୍ରା କରିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତ ପୂର୍ବରୁ ମାର୍ଚ୍ଚ 21-22 ରେ ହେବାର ଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଥିଲା ଏବଂ ଖୁବ ଶୀଘ୍ର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭୁଟାନ ସରକାରଙ୍କ ସହ କଥାବାର୍ତ୍ତା କରି ନୂତନ ତାରିଖ ଘୋଷଣା କରିବାକୁ କହିଥିଲେ। ତେବେ ପାରସ୍ପରିକ ସହମତି ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭୁଟାନ ଅଭିମୁଖେ ଯାତ୍ରା କରିଛନ୍ତି।

narendra modi

ବିମାନବନ୍ଦରରେ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ଭୁଟାନରେ ପ୍ରସ୍ତୁତି ଚାଲିଛି। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଭୁଟାନର ଲୋକମାନେ ରଙ୍ଗୋଲି ତିଆରି କରୁଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଭୁଟାନର ପାରୋ ବିମାନବନ୍ଦରରେ ଅବତରଣ କରିବ ଯେଉଁଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଭୁଟାନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚକ୍ ଏବଂ ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେଙ୍କୁ ଭେଟିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+