ଭାରତ ରତ୍ନ ନାନାଜୀ ଦେଶମୁଖ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଭାରତ ରତ୍ନ ନାନାଜୀ ଦେଶମୁଖ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ । ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଲାଗି ତାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଛନ୍ତି ଯେ, ତାଙ୍କ ନିଃସ୍ୱାର୍ଥପର ସେବା ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

narendra_modi

'ସମ୍ପୂର୍ଣ୍ଣ କ୍ରାନ୍ତିର ଜନକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ । ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ତାଙ୍କ ନିଃସ୍ୱାର୍ଥପର ସେବା ଭାବ ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ ।'

୧୧ ଅକ୍ଟୋବର ୧୯୦୨ ରେ ଜନ୍ମ ହୋଇଥିବା ଲୋକ ନାୟକ ଜୟପ୍ରକାଶ ନାରାୟଣ ୧୯୭୦ ଦଶକର ମଧ୍ୟଭାଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ଏକ ଆନ୍ଦୋଳନର ନେତୃତ୍ୱ ନେଇ ସେ ବେଶ ଚର୍ଚ୍ଚିତ ହୋଇଥିଲେ । ତାଙ୍କର ରାଷ୍ଟ୍ରବାଦୀ ସାଥୀ ତଥା ହିନ୍ଦୀ ଭାଷାର ଲେଖକ ରାମବୃକ୍ଷ ବେଣୀପୁରୀ ହେଉଛନ୍ତି ଜୟପ୍ରକାଶଙ୍କ ଜୀବନୀ "ଜୟପ୍ରକାଶ"ର ରଚୟୀତା ।

ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନାନାଜୀ ଦେଶମୁଖ ତାଙ୍କ ଜୀବନକୁ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ କ୍ଷେତ୍ରର ବିକାଶ ଲାଗି ଉତ୍ସର୍ଗ କରିଥିଲେ । ତାଙ୍କ ବଳିଦାନ ଏବଂ ସେନା ସବୁ ପିଢ଼ି ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

'ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ତାଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସେ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ କ୍ଷେତ୍ରର ବିକାଶ ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କ ବଳିଦାନ ଏବଂ ସେନା ସବୁ ପିଢ଼ି ପ୍ରେରଣାର ଉତ୍ସ ହୋଇ ରହିବ ।'

ମହାରାଷ୍ଟ୍ରର ହିଙ୍ଗୋଲିରେ ୧୧ ଅକ୍ଟୋବର ୧୯୧୬ରେ ଜନ୍ମ ନେଇଥିବା ନାନାଜୀ ଜନସଂଘର ସଂସ୍ଥାପକରେ ସାମିଲ୍‌ ରହିଥିବାବେଳେ ଜଣେ ସମାଜସେବୀ ମଧ୍ୟ ଥିଲେ ନାନାଜୀ । ୧୯୭୭ରେ ମୋରାଜୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ ନାନଜୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+