ଶେଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷ ଗସ୍ତ, ଫେରିଲେ ଭାରତ
ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦିନିଆ ଋଷ ଗସ୍ତ ଶେଷ କରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ । ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ସେଠାରେ ସେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ସେଠାରେ ସେ ସମ୍ବୋଧନ କରି କହିଥିଲେ, ଋଷିଆ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ।

ଏନେଇ ଆମେ ସବୁବେଳେ ପ୍ରତିବଦ୍ଧ ରହି ଆସିଛୁ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ, ଆର୍ଥିକ ଅନିଶ୍ଚିତତା, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଦୁନିଆକୁ ଏକ ସ୍ଥିରତା ଆଡକୁ ନେବାକୁ ଏହି ବ୍ରିକ୍ସ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ସମ୍ମିଳନୀ ଏବେଠାରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଦିଗକୁ ସୂଚନା ଦେଉଛି। ତାହା ହେଉଛି ଋଷିଆ ରାଷ୍ଟ୍ରପତି ପୁଟିନ୍ ଓ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏହି ସମ୍ମିଳନୀ ଏକାଠି କରିଛି।
ଏହାବାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ସୀମାରେ ଶାନ୍ତି, ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନକୁ ପ୍ରଥମିକତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତିଙ୍କୁ କହିଛନ୍ତି। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ପାଟୋଲିଂ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିବାରୁ ଉଭୟ ନେତା ଏହାକୁ ପ୍ରଶଂସା କରିଥିଲେ।
ପାଖାପାଖି ୫ ବର୍ଷ ପରେ ମୋଦି ଏବଂ ଜିପିଙ୍ଗଙ୍କ ମଧ୍ୟରେ ଏହା ପ୍ରଥମ ଗଠନମୂଳକ ଦ୍ୱିପାକ୍ଷିକ ଆଲୋଚନା। ପରିପକ୍ୱତା ଏବଂ ପାରସ୍ପରିକ ସମ୍ମାନ ପ୍ରଦର୍ଶନ ଦ୍ୱାରା ଦୁଇଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ସମ୍ପର୍କ ରଖାଯାଇପାରିବା ନେଇ ଦୁଇ ନେତା ସହମତ ହୋଇଥିଲେ।
ଏହାପରେ ମୋଦି ଭାରତରେ COP28 ରେ ହୋଇଥିବା Mission LIFE and Green Credit initiatives ସମ୍ପର୍କରେ ଆଲୋଚନା କରିଥିଲେ। ଏବଂ ବ୍ରିକ୍ସର ଦେଶମାନଙ୍କୁ ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ। ଏଥିସହ ସେ ପୁଟିନ୍, ଇରାନ ରାଷ୍ଟ୍ରପତି ମୋସୁଦ ପେଜେସେଖିଆନ ଓ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟାଦଙ୍କ ସହ ଆଲୋଚନା କରିଥିଲେ।












Click it and Unblock the Notifications