ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଓ ଆସାମ ଗସ୍ତ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ । ଏହି ଅବସରରେ ସେ ଏକାଧିକ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରିବେ ।

ଶନିବାର ଅପରାହ୍ନରେ ସେ ପଶ୍ଚିମବଙ୍ଗର ମାଲ୍ଦା ଟାଉନ୍ ରେଳ ଷ୍ଟେସନଠାରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହା ହାୱଡାରୁ ଗୁଆହାଟୀ (କାମାକ୍ଷା) ମଧ୍ୟରେ ଚଳାଚଳ କରିବ । ଏଥିସହ ସେ ୩୨୫୦ କୋଟି ଟଙ୍କାର ରେଳ ଓ ସଡକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିଭଳି ରବିବାର ଅପରାହ୍ନ ୩ଟାରେ ସେ ହୁଗୁଳି ଜିଲ୍ଲାର ସିଙ୍ଗୁର ଠାରେ ୮୩୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ।
ଶନିବାର ମୋଦି ମଧ୍ୟ ଆସାମ ଗସ୍ତରେ ଯାଇ ବୋଡୋ ସମୁଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ବଗୁରୁମ୍ବା ଧୋଉ' ଉତ୍ସବରେ ସାମିଲ ହେବେ । ଏଥିରେ ୧୦ ହଜାରରୁ ଅଧିକ କଳାକାର ଅଂଶଗ୍ରହଣ କରିବେ । ଏଥିସହ ମୋଦି ସବୁଜ ପତାକା ଦେଖାଇ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ (ଗୁଆହାଟୀ-ରୋହତକ ଅମୃତ ଭାରତ ଏକ୍ସପ୍ରେସ ଏବଂ ଦିବ୍ରୁଗଡ- ଲକ୍ଷ୍ନୌ ଅମୃତ ଭାରତ ଏକ୍ସପ୍ରେସ) ଚଳାଚଳର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ୬୯୫୦ କୋଟି ଟଙ୍କାର କାଜିରଙ୍ଗା ଏଲିଭେଟେଡ କରିଡର ପ୍ରକଳ୍ପର ଭୂମି ପୂଜନ କରିବାର କାର୍ଯ୍ୟକ୍ରମ ରହିଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications