ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୮ ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମ, କହିଲେ କୃଷି କ୍ଷେତ୍ରରେ ଭାରତକୁ ମିଳିଛି ବଡ଼.....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 'ମନ କି ବାତ'ର ୧୨୮ତମ ସଂସ୍କରଣକୁ ସମ୍ବୋଧିତ କରିଥିଲେ । ମୋଦୀ ଆଜିର ଅଧ୍ୟାୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ । ନଭେମ୍ବର ୭ତାରିଖରେ ଦେଶାତ୍ମବୋଧକ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ବିଷୟରେ କହିଥିଲେ । କିଛି ଦିନ ପୂର୍ବରୁ ସ୍କାଏରୁଟ୍‌ର ଇନଫିନିଟି କ୍ୟାମ୍ପସରେ ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ କରିଥିବା କଥା ମାନେ ପକାଇଥିଲେ । ଏହାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଧାର୍ମିକ ପତାକା ଉତ୍ତୋଳନ କରିବା ବିଷୟରେ ମଧ୍ୟ କହିଥିଲେ ମୋଦୀ । ନଭେମ୍ବର ମାସକୁ ଏକ ବିଶେଷ ମାସର ଆକ୍ଷା ଦେଇ କହିଛନ୍ତି , ନଭେମ୍ବର ମାସ ଅନେକ ଆକାଂକ୍ଷା ଆଣିଛି । ୨୬ ନଭେମ୍ବରରେ, ସମ୍ବିଧାନ ଦିବସ ଅବସରରେ ସଂସଦର କେନ୍ଦ୍ରୀୟ ହଲରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବନ୍ଦେ ମାତରମର ୧୫୦ତମ ବାର୍ଷିକୀରେ ଦେଶବ୍ୟାପୀ କାର୍ଯ୍ୟକ୍ରମର ଏକ ମହାନ ଶୃଙ୍ଖଳା ଆରମ୍ଭ ହୋଇଥିଲା । ୨୫ ନଭେମ୍ବରରେ, ଅଯୋଧ୍ୟାର ରାମ ମନ୍ଦିରରେ ଧର୍ମଧ୍ୱଜା ଉତ୍ତୋଳନ କରାଗଲା କରାଯାଇଥିଲା । ସେହି ଦିନ, କୁରୁକ୍ଷେତ୍ରର ଜ୍ୟୋତିସାରରେ ପଞ୍ଚଜନ୍ୟ ସ୍ମାରକୀ ଉଦଘାଟନ କରାଯାଇଥିଲା ବୋଲି କହିଥିଲେ ମୋଦୀ ।

Mann Ki Baat

ମହାକାଶ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ନେଉଥିବା ପଦକ୍ଷେପ ବିଷୟରେ କହିଥିଲେ, ଆଇଏନଏସ ମାହେକୁ ନୌସେନାରେ ସାମିଲ କରାଯିବା ଉପରେ ଆଲୋକପାତ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଷୟରେ ମୋଦି କହିଛନ୍ତି , କ୍ରୀଡା ଜଗତରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିବ । ୨୦୩୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବା ପାଇଁ ଗୁଜରାଟର ଅହମ୍ମଦାବାଦକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇଛି । କ୍ରୀଡା ଜଗତରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହି ସଫଳତା ଦେଶ ଏବଂ ଦେଶବାସୀଙ୍କର,ବୋଲି ମୋଦି ତାଙ୍କ ଅଭିଭାଷଣରେ କହିଥିଲେ । ଖାଦ୍ୟଶସ୍ୟ ଉତ୍ପାଦନରେ ଦେଶ ରେକର୍ଡ ଭାଙ୍ଗିଥିବା କଥା ମୋଦୀ ଆଲୋକପାତ କରିଥିଲେ । ସେ କହିଥିଲେ , ଭାରତ କୃଷି କ୍ଷେତ୍ରରେ ପ୍ରମୁଖ ସଫଳତା ହାସଲ କରିଛି। ଭାରତ ୩୫୭ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ କରି ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛି। ୧୦ ବର୍ଷ ପୂର୍ବ ତୁଳନାରେ, ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ୧୦୦ ନିୟୁତ ଟନ୍ ବୃଦ୍ଧି ପାଇଛି । ଇସ୍ରୋ ଦ୍ଵାରା ଆୟୋଜିତ ଡ୍ରୋନ୍ ପ୍ରତିଯୋଗିତାରେ ମଙ୍ଗଳ ଗ୍ରହ ପରିସ୍ଥିରେ ଡ୍ରୋନ୍ ଉଡାଇବାକୁ ଚେଷ୍ଟା କରି ସଫଳ ହୋଇଥିବା ଯୁବକ ମାନଙ୍କୁ ପ୍ରଶଂସା କରିଥିଲେ । ଏବଂ ଆମର Gen-Z ମଙ୍ଗଳ ଗ୍ରହ ଭଳି ପରିସ୍ଥିତିରେ ଡ୍ରୋନ୍ ଉଡ଼ାଇବାକୁ ଚେଷ୍ଟା କରୁଥିବ କହିଥିଲେ । ସେ ଆହୁରି କହିଛନ୍ତି ଯେ ଭିଡିଓଟି ତାଙ୍କୁ ଚନ୍ଦ୍ରାୟଣ ନେଟୱାର୍କ କଭରେଜ୍ ବାହାରକୁ ଯିବା ସମୟରେ ହୋଇଥିବା ବିପର୍ଯ୍ୟୟର ମନେ ପକାଇ ଦେଇଥିଲା । ଜନ କଲ୍ୟାଣ ପ୍ରୟାସକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ ମୋଦୀ 'GST ବଚତ ଉତ୍ସବ' ବିଷୟରେ କହିଥିଲେ, ଏହା ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟାପକ ଉତ୍ସାହକୁ ଉଲ୍ଲେଖ କରିଥିଲେ।ସେ ସ୍ୱଚ୍ଛତା ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରୁଥିବା ଅନେକ ନାଗରିକ-ଚାଳିତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସୀମା ସୁରକ୍ଷା ବାହିନୀ (BSF) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (CRPF)କୁ ସେମାନଙ୍କର ୟୁନିଟରେ ଭାରତୀୟ ପ୍ରଜାତିର କୁକୁରଙ୍କ ଉପସ୍ଥିତି ବୃଦ୍ଧି କରିବା ପାଇଁ ପ୍ରଶଂସା କରିଥିଲେ, ଯାହା ସ୍ୱଦେଶୀ କ୍ଷମତା ଉପରେ ଦେଶର ବର୍ଦ୍ଧିତ ଗୁରୁତ୍ୱକୁ ଗୁରୁତ୍ୱ ଦେଇଥିବା କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+