ଋଷ ପରେ ପ୍ରଥମ ଥର ପାଇଁ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେବେ ?

ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତ କରିବାର ସମ୍ଭାବନା ରହିଛି। ଯେଉଁଠାରେ ସେ ରାଷ୍ଟ୍ରପତି ଭଲ୍‌ଡିମିର୍‌ ଜେଲେନସ୍କିଙ୍କୁ ଭେଟିବେ।

narendra modi

ରୁଷ ସହିତ ଯୁଦ୍ଧ ପରଠାରୁ ଏହାପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର କିଛି ଦିନ ପରେ ଏହି ଗସ୍ତ କରିବେ ବୋଲି ସୂଚନା ରହିଛି।

ପ୍ରାୟ ଏକ ମାସ ପୂର୍ବେ ଇଟାଲୀରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଜେଲେନସ୍କିଙ୍କୁ ଭେଟିଥିଲେ। ଚଳିତମ‌ାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ରୁଷ୍‌ ଗସ୍ତରେ ଥିବାବେଳେ ଉଭୟ ଦେଶ ଆଣବିକ ଶକ୍ତି ଏବଂ ଜାହାଜ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଥିଲେ।

ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଅତୁଳନୀୟ ସେବା ପାଇଁ ରୁଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ ରାଷ୍ଟ୍ରପତି ପୁଟିନ୍‌ଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।

୨୨ତମ ଭାରତ-ରୁଷ୍‌ ବାର୍ଷିକ ସମ୍ମିଳନୀ ପାଇଁ ପୁଟିନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮, ୨୦୨୪ରୁ ଦୁଇ ଦିନିଆ ଗସ୍ତ ପାଇଁ ମସ୍କୋ ଗସ୍ତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+